ସୁନ୍ଦରଗଡ଼ ଟାଉନ ଥାନା ପେଟ୍ରୋଲ ପମ୍ପ ନିକଟ ଗ୍ୟାରେଜ ସମ୍ମୁଖରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଉଛି। ରବିବାର ରାତିରେ ନସିମ ଖାନ ନାମକ ଜଣେ ବ୍ୟବସାୟୀଙ୍କୁ ଭୁଜାଲି ରେ ନିର୍ମମ ଭାବେ ହାଣି ହତ୍ୟା କରିଛି କେନ୍ଦୁପଡାର ପ୍ରତୀକ ବାରା। ଅଭିଯୁକ୍ତ ପ୍ରତୀକ କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି। ଏ ବାବଦରେ ଟାଉନ ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ ହୋଇଥିବା ବେଳେ ହତ୍ୟାର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ। ତେବେ ନସିମ ଙ୍କୁ ପ୍ରତୀକ ଙ୍କ ମା ଦୂତୀୟ ପତି ଭାବେ ଗ୍ରହଣ କରି ଏକାଠି ରହୁଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ନସିମ ପ୍ରତୀକ ଏବଂ ତାଙ୍କ ବାପାଙ୍କୁ ଧମକ ଦେଇଥିବା କୁହାଯାଉଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।