କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରୀ।। ସେକ୍ଟର-୨୦ ମିଶ୍ର ଖଟାଲ ଅଞ୍ଚଳ ପରିଦର୍ଶନ।

0 274

କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି ରହିଛି। ରବିବାର ଦିନ ପ୍ରଶାନ୍ତ ତାଙ୍କ ସହଯୋଗୀଙ୍କ ସହ ରାଉରକେଲା ସେକ୍ଟର ୨୦ ସ୍ଥିତ ମିଶ୍ର ଖଟାଲ ଅଞ୍ଚଳ ପରିଦର୍ଶନ କରିଥିଲେ। ଶ୍ରୀ ସେଠି ବସ୍ତିର ମୌଳିକ ସମସ୍ୟା ବାବଦରେ ବସ୍ତି ବାସିନ୍ଦା ଙ୍କ ସହ ଆଲୋଚନା କରିଥିଲେ। ବସ୍ତି ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ବସ୍ତିର ପାନୀୟ ଜଳ, ନାଳ ନର୍ଦ୍ଦମା, ବିଜୁଳି , ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା ସେ ବୁଲି ଦେଖିଥିଲେ। ସମସ୍ୟା ଗୁଡିକର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରଶାନ୍ତ ବସ୍ତି ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.