ଜୟପୁର ରୁ ରାଉରକେଲା ଆସୁଥିବା ରାଜ୍ୟ ପରିବହନ ନିଗମ ର ବସ ସୁନ୍ଦରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ କେତେକ ଯାତ୍ରୀ ଆହତ ହୋଇଥିବା ବେଳେ ବସ ଡ୍ରାଇଭର ଗୁରୁତର ଅଛନ୍ତି। ଗୁରୁତର ଆହତ ଡ୍ରାଇଭର ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ ରେ ଆଣି ଆର ଜି ଏଚ ରେ ଚିକିତ୍ସା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ୧୦ ନମ୍ୱର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସଷ୍ଟାଣ୍ଡ ନିକଟ ରାସ୍ତା ଉପରେ ଏକ ଦୁର୍ଘଣାଗ୍ରସ୍ତ ଟ୍ରକକୁ ବସ ଟି ପଛ ପଟରୁ ପିଟି ଦେଇଥିଲା। କେତେକ ଯାତ୍ରୀ ଦୁର୍ଘଟଣା ରେ ଆହତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର ଙ୍କୁ ଉଦ୍ଧାର କରିଛି। ତାଙ୍କୁ ବଡ଼ଗାଁ ଡାକ୍ତରଖାନା କୁ ପଠାଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।