କ୍ୟାନ୍ସର ପିଡୀତଙ୍କ ମୁହଁରେ ହସ ଫୁଟାଇବାକୁ ରାଉରକେଲାରେ ବାଳ ଦାନ ଶିବିରର ଆୟୋଜନ।। ହେୟାର ଫର ହୋପ ସଂସ୍ଥା ପକ୍ଷରୁ ଆୟୋଜିତ।
ବାଳ ଦାନ କ୍ୟାମ୍ପ ବାବଦରେ ବିଶେଷ ଲୋକ ଅବଗତ ନଥିବେ। ସମସ୍ତେ ଅଳ୍ପେ ବହୁତ ରକ୍ତଦାନ ଶିବିର ବାବଦରେ ଜାଣିଛନ୍ତି। କିନ୍ତୁ ବାଳ ଦାନ କରି କ୍ୟାନ୍ସର ପୀଡ଼ିତ ଙ୍କ ମନରେ ହସ ଫୁଟାଇବାକୁ ଉଦ୍ୟମ ଜାରି ରଖିଛି ହେୟାର ଫର ହୋପ ଇଣ୍ଡିଆ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ରାଉରକେଲା ହୋଟେଲ ରିଜେନ୍ସି ରେ ଏକ ବାଳଦାନ କ୍ୟାମ୍ପ ର ଆୟୋଜନ କରାଯାଇଥିଲା। କ୍ୟାନ୍ସର ରୋଗରେ ପୀଡିତ ରୋଗୀଙ୍କ କେମୋ ଚିକିତ୍ସା ସମୟରେ ପ୍ରାୟ ବାଳ ଉପୁଡି ଯାଇଥାଏ। ଯାହା ଫଳରେ ପୀଡିତ ସର୍ବସାଧାରଣରେ ବାହାରିବାକୁ ସଙ୍କୋଚ ବୋଧ କରିଥାଏ। ଏହି ସମସ୍ୟା କୁ ଦୂର କରିବା ଲାଗି ସାରା ଦେଶରେ ଆଜି ବିଭିନ୍ନ ସ୍ଥାନରେ ବାଳ ଦାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି କ୍ରମରେ ଆଜି ଓଡ଼ିଶାର ରାଉରାଉରକେଲା ରେ ହେୟାର ଫର ହୋପ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ସଂସ୍ଥାର ସଂଯୋଜକ ନୀଲମ ସା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ରାଉରକେଲା ରୋଟାରୀ କ୍ଲବ କୁଇନ ର ଅଧ୍ୟକ୍ଷା ଶ୍ୱେତା ମଣ୍ଡଳଙ୍କ ପ୍ରୟାସରେ ସଂସ୍ଥାର ୧୪ ଜଣ ସଦସ୍ୟ ବାଳ ଦାନ କରିଥିଲେ। ଏହାଛଡା କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା କେତେକ ମହିଳା ମଧ୍ୟ ବାଳଦାନ କରିଥିଲେ। ଏପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଆୟୋଜକ ମାନେ କହିଛନ୍ତି।