ସୁନ୍ଦରଗଡ ଜିଲ୍ଲାରେ ୨୪ ଘଣ୍ଟାରେ ୨୨୫ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଭୁବନେଶ୍ୱର କୁ ପଛରେ ପକାଇ ସଂକ୍ରମଣ ରେ ସୁନ୍ଦରଗଡ଼ ୧ ନମ୍ବର।

0 408

କିଛିଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୦ ଉପରେ ରହୁଥିବା ବେଳେ ଆଜି ୩୦ ଜିଲ୍ଲା ରେ
କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୂଳରୁ କରୋନା ସଂକ୍ରମଣ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ୧ ନମ୍ବର ରେ ରହୁଥିବା ବେଳେ ଆଜି ସୁନ୍ଦରଗଡ ଜିଲ୍ଲା ୧ ନମ୍ବର ରେ ରହିଛି। ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୨୦୯ , କଟକ-୧୧୧, ସମ୍ବଲପୁର-୧୦୬ ରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡା କୋଭିଡ କଟକଣା ମାନିବାକୁ ଲୋକଙ୍କୁ ଏବଂ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନକୁ ନିବେଦନ କରାଯାଇଛି।

Leave A Reply

Your email address will not be published.