ବିପଦ ଶଙ୍କୁଳ ଅବସ୍ଥାରେ ପୁରୁଣା ବ୍ରାହ୍ମଣୀ ବ୍ରିଜ।। ଶୀଘ୍ର ମରାମତି ଦାବି।

0 563

ଦୂତୀୟ ବ୍ରାହ୍ମଣୀ ସେତୁ ରେ ଗାଡି ଯିବା ଆସିବା କଲାଣି। ଏବେ କିନ୍ତୁ ପୁରୁଣା ବ୍ରାହ୍ମଣୀ ବ୍ରିଜର ସ୍ଥିତି ଜର୍ଜର ହୋଇପଡିଛି। ତିନିଦିନ ହେଲା ପୁରୁଣା ବ୍ରିଜ ଉପରେ ପଡିଥିବା ପ୍ଲେଟ ନିକଟରେ ରଡ଼ ଏବଂ ଏଙ୍ଗଲ ବାହାରି ପଡିବା ଫଳରେ ବ୍ରିଜ ରାସ୍ତା ବିପଦ ଶଙ୍କୁଳ ଅବସ୍ଥାରେ ଅଛି। ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି। କିନ୍ତୁ ଏହି ସମସ୍ୟା ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନଜର ନାହିଁ। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ମରାମତି କାମ ଆରମ୍ଭ ହୋଇନାହିଁ। ପୁରୁଣା ବ୍ରାହ୍ମଣୀ ବ୍ରିଜ ର ରକ୍ଷଣାବେକ୍ଷଣ ର ଏପରି ଉପେକ୍ଷା ଯୋଗୁଁ ଆଗାମୀ ଦିନରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଶୀଘ୍ର ପୁରୁଣା ବ୍ରିଜ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.