ପୁରୁଣା ବ୍ରାହ୍ମଣୀ ସେତୁର ଅବସ୍ଥା ଶୋଚନୀୟ।। ଯାତାୟତ ରେ ଅସୁବିଧା। ଶୀଘ୍ର ମରାମତି ଦାବି।
ଦୂତୀୟ ବ୍ରାହ୍ମଣୀ ସେତୁରେ ଯାନବାହାନ ଚଳାଚଳ ଆରମ୍ଭ ହେବା ୨୦ ଦିନ ରୁ ଉପରେ ହୋଇଗଲାଣି। ପୁରୁଣା ବ୍ରାହ୍ମଣୀ ବ୍ରିଜ ଉପର ଗାଡି ଚଳାଚଳ ଲୋଡ଼ କମିଛି। ହେଲେ ଗତକାଲି ପୁରୁଣା ବ୍ରିଜ ଉପରେ ପଡିଥିବା ପ୍ଲେଟ ନିକଟରେ ଏକ ଲୁହା ରଡ଼ ବାହାରି ପଡ଼ିଥିବାରୁ ଯାତାୟତ ରେ ଅସୁବିଧା ସୃଷ୍ଟି ହୋଇଛି। ବିପଦ ଜନକ ଅବସ୍ଥାରେ ଗାଡି ମଟର ଯିବା ଆସିବା କରୁଛି। ଛୋଟ ବଡ଼ ଦୁର୍ଘଟଣା ହୋଇ ବ୍ରିଜ ରେ ଟ୍ରାଫିକ
ଜାମ ମଧ୍ୟ ହେଉଛି । ଶୀଘ୍ର ପୁରୁଣା ବ୍ରାହ୍ମଣୀ ସେତୁକୁ ମରାମତି କରିବାକୁ ଦାବି ହେଉଛି।