ଜିଲ୍ଲା ପ୍ରଶାସନ ଏବଂ ଆର ଏସ ପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ।

0 452

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସାରା ବିଶ୍ଵକୁ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜନ୍ମ ତିଥି ଗାନ୍ଧୀ ଜୟନ୍ତୀ ସିଭିକ ସେଣ୍ଟର ଠାରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି।


ଆରଏସପି ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏ କେ କୁଣ୍ଡୁ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ,ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏ କେ ପ୍ରଧାନ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦେଶକ, ଶ୍ରୀ ପି କେ ଶତପଥି, ସାମଗ୍ରୀ ପରିଚାଳନା ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ସି ଆର ମହାପାତ୍ର, ବିତ୍ତ ଓ ଲେଖା ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ପ୍ରବୀଣ ନିଗମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାନ୍ଧୀଜୀଙ୍କ ପ୍ରିୟ ରାମଧୁନର ପରିବେଷଣ ବାତାବରଣକୁ ଅତ୍ୟନ୍ତ ଶାନ୍ତସ୍ନିଗ୍ଧ ଗଢିଥିଲା। ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ, ଶ୍ରୀ ବି କେ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.