ପୋଲିସ ମାଡରେ ଆହତ ହୋଇଥିବା ଡରେଇକଲା ଗ୍ରାମର ଯୁବକ ସଂଗ୍ରାମ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଶୁକ୍ରବାର ରାତିରେ ଭୁବନେଶ୍ୱର ପଠାଯାଇଛି। ଗତ ୧୭ ଜୁଲାଇ ସନ୍ଧ୍ୟାରେ କେନ୍ଦ୍ରିକେଲା ଠାରେ ବଣେଇ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିଲା। ସଂଗ୍ରାମ ବାଇକ ରେ ଯାଉଥିବା ବେଳେ ଚେକିଙ୍ଗ ଦେଖି ଗାଡି ବୁଲାଇ ପଳାଇଯାଉଥିଲେ। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଲାଠିରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସଂଗ୍ରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସା ଲାଗି ତାଙ୍କୁ ରାଉରକେଲା ଅଣାଯାଇଥିଲା। ଗତକାଲି ଡିସଚାର୍ଜ ହୋଇ ସେ ଘରକୁ ଆସିଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପୋଲିସ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ପଠାଇଛନ୍ତି।