ସିବିଏସଇ ରେଜଲ୍ଟ ବାହାରିବା ପରେ ରାଉରକେଲାର ବିଭିନ୍ନ ସ୍କୁଲରେ ଖୁସିର ମାହୋଲ।। ଡିଏଭି ପବ୍ଲିକ ସ୍କୁଲର ଦିବ୍ୟରଞ୍ଜନ ସାମଲ ଟପ୍ପର।
ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ବାହାରିବା ପରେ ରାଉରକେଲା ର ବିଭିନ୍ନ ସ୍କୁଲ ରେ ଆଜି ଖୁସି ର ମୋହଲ ଦେଖାଦେଇଛି। ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ମାନେ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଖୁଶି ମନାଇଥିଲେ। ଡିଏଭି ପବ୍ଲିକ ସ୍କୁଲ ର ବିଜ୍ଞାନ ଛାତ୍ର ଦିବ୍ୟରଞ୍ଜନ ସାମଲ ୯୮ ଦଶମିକ ୬ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏହି ସ୍କୁଲରେ ସମୁଦାୟ ୨୨୯ ଜଣ ପରୀକ୍ଷା ଦେଇଥିଲେ। ଦିବ୍ୟ ତାଙ୍କର ସଫଳତା ଲାଗି ବାପା , ମା ଙ୍କ ବ୍ୟତୀତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।