ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ଡାକ୍ତର। ସରକାରୀ କ୍ୱାର୍ଟର , ଚେମ୍ବର , ଢେଙ୍କାନାଳ ଜିଲ୍ଲା ପୈତୃକ ଆବାସ ରେ ସର୍ଚ୍ଚ ଜାରୀ।

0 568

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରପଡି ଗିରଫ ହେଲେ ଡାକ୍ତର। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଗଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗଏରବାହାଲ ଅଞ୍ଚଳର ଜଣେ ଅଟୋ ଡ୍ରାଇଭର ଙ୍କ ଠାରୁ ଏକ ଦୁର୍ଘଟଣା ମାମଲାର ରଫାଦଫା କରିବାକୁ ସେ ଏହି ଟଙ୍କା ନେଉଥିଲେ। ଗତ ୧୭ ତାରିଖରେ ଏହି ଅଟୋ ଟି ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ସେହି ଅଟୋ ରେ ଥିବା ବ୍ୟକ୍ତି ମାନଙ୍କ ଚିକିତ୍ସା ଲାଗି ଡ୍ରାଇଭର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଦୁର୍ଘଟଣା ବାବଦରେ ପୋଲିସ ରେ ଖବର ନଦେବାକୁ କହି ୧୨ ହଜାର ଟଙ୍କା ଦାବି କରିଥିଲେ ଡାକ୍ତର। ପୋଲିସ କେଶ ହେଲେ ଅଧିକ ଟଙ୍କା ଖର୍ଚ୍ଚ ହେବ କହି ଅଟୋ ଡ୍ରାଇଭର କୁ ଡରାଇ ଥିଲେ । ପ୍ରାଥମ ଦଫାରେ ରେ ୮ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ସକାଳୁ ୪ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ । ଏବେ ଡାକ୍ତରଙ୍କ ମେଡିକାଲ କ୍ୟାମ୍ପସ ରେ ଥିବା ସରକାରୀ କ୍ୱାର୍ଟର ଓ ଚାମ୍ବର ରେ ଭିଜିଲାନ୍ସ ସର୍ଚ୍ଚ ଜାରି ରଖିଛି। ଏହାଛଡା ପୈତୃକ ଆବାସ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସର୍ଚ୍ଚ କରାଯାଉଛି। ଲାଞ୍ଚ ନେଉଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.