ଟିକାୟତପାଲି ଥାନା ଅଞ୍ଚଳରେ ଜଣେ ନିଖୋଜ ନାବାଳିକାର ମୃତ ଶରୀର ମିଳିବା ପରେ ଏହି ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଉକ୍ତ ନାବାଳିକା ସାନଝରଣ ଗ୍ରାମର ଏବଂ ସେ ଗତକାଲି ଠାରୁ ନିଖୋଜ ଥିଲେ। ଗୁରୁବାର ସକାଳେ ତାଙ୍କ ମୃତ ଦେହ ସାନଝରଣ ଜଙ୍ଗଲ ରାସ୍ତା କଡରୁ ଉଦ୍ଧାର କରାଯାଉଛି। ନାବାଳିକା ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।