ପଶ୍ଚିମ ଓଡିଶା ହୋଟେଲ ସଂଘର ବାର୍ଷିକ ସାଧାରଣ ବୈଠକ ରାଉରକେଲା ରେ ଅନୁଷ୍ଠିତ।। ମୂଖ୍ୟ ଅତିଥି ଭାବେ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର।

0 340

ସ୍ଥାନୀୟ ମେ ଫେୟାର ହୋଟେଲରେ ରାଉରକେଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଆନୁକୂଲ୍ୟରେ ପଶ୍ଚିମ ଓଡିଶା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ଯଶବିର ସିଂହ ହୁରା ଅଧ୍ୟକ୍ଷତା କରି କହିଲେ ଯେ ପଶ୍ଚିମ ଓଡିଶାରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକର ଅନେକ ସମସ୍ୟା ରହିଛି । ଆସୋସିଏସନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ ।
ରାଉରକେଲା ହୋଟେଲ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ନବୀନ ଚାଓ୍ବଲା ସ୍ବାଗତ ଭାଷଣ ଦେଇ ରାଉରକେଲା ହୋଟେଲ ମାଲିକ ମାନେ ସମ୍ମୁଖୀନ ହେଉଥିବା ନାନା ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ରାଉରକେଲା ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ପ୍ରବୀଣ ଗର୍ଗ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

ଏହି ଅବସରରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଅବକାରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଏବଂ ପଶ୍ଚିମ ଓଡିଶା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ପକ୍ଷରୁ କର୍ମକର୍ତ୍ତାମାନେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ସମଗ୍ର ରାଜ୍ୟରେ ହେଉଥିବା ସର୍ବାଙ୍ଗୀନ ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ବହୁବିଧ ସମସ୍ୟା ନେଇ ଅବଗତ ହୋଇଥିଲେ । ତାକୁ ଠିକ୍ ଭାବେ ତର୍ଜମା କରାଯାଇ ସମାଧାନର ସୂତ୍ର ବାହାର କରାଯିବ ବୋଲି ସେ କହିଥିଲେ ।

ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ରାଉରକେଲାରେ ବିଶ୍ବକପ୍ ହକି – ୨୦୨୩ ଆୟୋଜିତ ହେବାକୁ ଯାଉଥିବାରୁ ଏବେ ସାରା ବିଶ୍ବବାସୀ ରାଉରକେଲାକୁ ଜାଣିବାର ଅବକାଶ ଫିଟିଛି । ଆଗାମୀ ବିଶ୍ବକପ୍ ହକି ରେ ରାଉରକେଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ସେମାନଙ୍କ ସମସ୍ୟାକୁ ସମାଧାନ କରାଯିବା ନେଇ ସମସ୍ଯ ପ୍ରକାର ଉଦ୍ୟମ ହେବ ବୋଲି ସେ କହିଥିଲେ ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି, ଅଭିଷେକ ଲାଠ୍, ଶ୍ୟାମଲାଲ ଗୁପ୍ତା ପ୍ରମୁଖ ମଞ୍ଚାସିନ ଥିଲେ । ରାଉରକେଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.