ଆତ୍ମୀୟ ସ୍ୱଜନ କଲେ ପର।। ଦନ୍ତା ଆକ୍ରମଣରେ ମୃତ ଯୁବକଙ୍କ ଶବ ଉଠାଇଲେ ପୋଲିସ।

0 362

ଦନ୍ତା ହାତୀ ଆକ୍ରମଣରେ ଜଣେ ୨୫ ବର୍ଷୀୟ ଯୁବକର ଦୁଃଖଦ ମୃତ୍ୟୁ ଫୁଲଝର ଅଞ୍ଚଳରେ ଘଟିଛି। ମୃତ୍ୟୁ ଠାରୁ ଆହୁରି ଦୁଃଖଦ ଘଟଣା ହେଲା ଯୁବକ ର ଶବ କୁ ପାହାଡ଼ ଉପରୁ ତଳକୁ ଆଣିବାକୁ କେହି ସାହାଯ୍ୟ କଲେନି। ଏପରିକି ଯୁବକଙ୍କ ଆତ୍ମୀୟ ସ୍ୱଜନ , ପରିବାର ଲୋକ ଉକ୍ତ ଯୁବକଙ୍କ ଶବ ଛୁଇଁଲେନି। କାରଣ ହେଲା ଯୁବକ ଜଣକ ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ଏବଂ ପରିବାର ସଦସ୍ୟ ଙ୍କ ଦ୍ଵାରା ବାସନ୍ଦ ହୋଇଥିଲେ। ଘଟଣା ଘଟିଛି କୁଳିପୋଷ ଫରେଷ୍ଟ ରେଞ୍ଜ ର ଫୁଲଝର ନିକଟ ଉପରଜିନିଆ ଜଙ୍ଗଲରେ। ଉକ୍ତ ଗ୍ରାମର ଯୁବକ ହେମନ୍ତ ମୁଣ୍ଡାରୀ ଦନ୍ତା ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିଲେ। ବଣେଇ ବନ ଖଣ୍ଡରେ ହାତୀ ଘଉଡାଇବା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହା ଦୁଃଖଦ ଘଟଣା ଘଟିଥିଲା। ଆତ୍ମୀୟ ସ୍ୱଜନ ହେମନ୍ତ ର ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ଏହି ସମୟରେ ମହୁଲପଦା ଥାନା ପୋଲିସ କର୍ମଚାରୀ ମାନେ ମାନବିକତା ଦେଖାଇଥିଲେ । ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ପାହାଡ଼ ଉପରୁ ୩ କିଲୋମିଟର ରାସ୍ତା ଅତିକ୍ରମ କରି ହେମନ୍ତଙ୍କ ଶବ ତଳକୁ ଆଣିଥିଲେ। ଗୋଟିଏ ପଟେ ଆତ୍ମୀୟ ସ୍ଵଜନଙ୍କ ଅମାନବୀୟ ପରମ୍ପରା ବୁଝି ହେଉ ନଥିବା ବେଳେ ପୋଲିସ କର୍ମଚାରୀଙ୍କ ମାନବିକତା ଚର୍ଚ୍ଚା ର ବିଷୟ ହୋଇଛି।

Leave A Reply

Your email address will not be published.