ରାଉରକେଲା ଦୂତୀୟ ବ୍ରାହ୍ମଣୀ ସେତୁ ନିକଟ ନଦୀ ମଧ୍ୟରୁ ବୁଧବାର ଦିନ ଅପରାହ୍ନ ରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ। ନୂତନ ବ୍ରାହ୍ମଣୀ ସେତୁ ତଳେ ଜଣେ ଯୁବତୀ ପଡିଥିବାର ସୂଚନା ମିଳିବା ପରେ ରଘୁନାଥପାଲି ଥାନା ପୋଲିସ ଏବଂ ଫାୟାର ବ୍ରିଗେଡ଼ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେ ମୃତ ବୋଲି ଜଣା ପଡିଥିଲା। ଉକ୍ତ ଯୁବତୀ ଜଣକ ଡ୍ରେସ ପିନ୍ଧିଥିବା ବେଳେ କେଉଁ ପରିପ୍ରେକ୍ଷୀରେ ସେଠାରେ ବଡି ପଡିଥିଲା ପୋଲିସ ତାର ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀଙ୍କ ପରିଚୟ ମିଳିବା ପରେ ତଦନ୍ତରେ ଅଗ୍ରଗତି ହେବାର ସମ୍ଭାବନା ରହିଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ଉକ୍ତ ଯୁବତୀଙ୍କ ଶବକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।