ସୁନ୍ଦରଗଡରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣେ ମୃତ , ଜଣେ ଆହତ।। ଉତ୍ୟକ୍ତ ଲୋକଙ୍କ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ।

0 599

ସୁନ୍ଦରଗଡରେ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଟାଉନ ଥାନା ବନ୍ଧପାଲି ଇବ ନଦୀ ବ୍ରିଜ ନିକଟରେ ଟ୍ରେଲର ଧକ୍କାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିବା ପରେ ଉତ୍ତେଜନା ଦେଖା ଦେଇଛି। ମୃତ ବ୍ୟକ୍ତି ମହାନ୍ତିଆ ପଡା ର ମହେଶ କଣ୍ଟା ବୋଲି ଜଣା ପଡ଼ିଛି। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ଅନ୍ୟ ଏକ ଘଟଣାରେ ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥ ର ସାନପତ୍ରାପାଲି ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏଠାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକଙ୍କ ଜୀବନ ହାନି ଘଟୁଛି । ଗତ ତିନି ଦିନ ମଧ୍ୟ ତିନୋଟି ଦୁର୍ଘଟଣାରେ ସ୍ଥାନୀୟ ଲୋକ ମାନେ ଗୁରୁତର ଆହତ ହୋଇ ଥିଲେ। ଆଜି ମଧ୍ୟ ଜଣେ ସ୍ଥାନୀୟ ଯୁବକ ଟ୍ରକ ସହିତ ଧକ୍କା ହୋଇ ଗୁରୁତର ଆହତ ହେଲା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ଲୋକମାନେ ୧୦ ନମ୍ୱର୍ ରାଜ୍ୟ ରାଜପଥ କୁ ଅବରୋଧ କରିଛନ୍ତି । ଯାହା ଫଳରେ ରାଉକେଲା ଏବଂ ଝାରସୁଗୁଡ଼ା ପଟକୁ ଯାତାୟାତ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ଟାଉନଥାନା ପୋଲିସ ଏବଂ ସଦର ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସଝା କରୁଛନ୍ତି ।

Leave A Reply

Your email address will not be published.