୨୪ ଘଣ୍ଟାରେ ରାଜ୍ୟରେ ୧୧୨୨ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଖୋର୍ଦ୍ଧା ପ୍ରଥମ , ସୁନ୍ଦରଗଡ଼ ଦୂତୀୟ ଏବଂ କଟକ ତୃତୀୟ ସ୍ଥାନରେ ରହିଛି।
ରାଜ୍ୟରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୁଇଦିନ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳେ ରହିଥିବା ବେଳେ ଆଜି ୧୧୦୦ ପାର କରିଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୦୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୧୯୭ , କଟକ ରେ ୧୩୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା କୋଭିଡ ସଂକ୍ରମଣର ଏକ ନମ୍ବର ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ୩ ନମ୍ବର ରୁ ୨ ନମ୍ବରକୁ ଚାଲି ଆସିଛି। କଟକ ୩ ନମ୍ବରରେ ରହିଛି। କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟର ଚାରି ମହନଗର ନିଗମ ଏରିଆ ରେ କୋଭିଡ କଟକଣା ଲାଗୁ କରାଯାଇ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। କେବଳ ରାଉରକେଲା ମହାନଗର ନିଗମ ଏରିଆରେ କୋଭିଡ କଟକଣା ସେପରି ଲାଗୁ କରାଯାଇନାହିଁ। ଭୁବନେଶ୍ୱର , କଟକ , ସମ୍ବଲପୁର ପରେ ବ୍ରହ୍ମପୁର ମହନଗର ନିଗମ ଗତକାଲି କୋଭିଡ କଟକଣା ଲାଗୁ କରିଛି। ତେବେ କୋଭିଡ ସଂକ୍ରମଣ ରୋକିବାକୁ ସରକାରଙ୍କ ତରଫରୁ କୋଭିଡ କଟକଣା ଲାଗୁ କରିବା ସହ ପ୍ରିକସନ ଡୋଜ ଟୀକା କରଣ କୁ ଗୁରୁତ୍ୱ ଦିଆଯାଇଛି।