ଦୂତୀୟ ବ୍ରାହ୍ମଣୀ ସେତୁରେ ଅଲୋକୀକରଣ ହୋଇନଥିବାରୁ ଅସୁବିଧା। ଶୀଘ୍ର ଅଲୋକୀକରଣ ଏବଂ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବି।
ରାଉରକେଲା ର ଦୂତୀୟ ବ୍ରାହ୍ମଣୀ ସେତୁରେ ଯାନବାହାନ ଚଳାଚଳ କରିବା ୧୫ ଦିନ ଉପରେ ହୋଇଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ବ୍ରିଜ ଉପରେ ଏବଂ ରାସ୍ତା କଡରେ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥା କରାଯାଇ ପାରିନାହିଁ । ଫଳରେ ନୂଆ ବ୍ରାହ୍ମଣୀ ସେତୁ ଦେଇ ରାତିରେ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଲୋକୀକରଣ କେବେ କରାଯିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ କୌଣସି ସଠିକ ତଥ୍ୟ ମିଳିପାରୁନାହିଁ। ଦୂତୀୟ ବ୍ରାହ୍ମଣୀ ସେତୁର ଗୋଟିଏ ପଟେ ପାଦରେ ଚାଲି ଯିବାଲାଗି ପେଡଷ୍ଟଲ କରାଯାଇଥିବା ବେଳେ ଅନ୍ୟ ପଟେ ନାହିଁ। ଏହି ବ୍ରିଜ କାର୍ଯ୍ୟକ୍ଷମ ହେବା ଦ୍ୱାରା ପୁରୁଣା ବ୍ରିଜ ରେ ନିଶ୍ଚିତ ଭାବେ ଲୋଡ଼ କମିଛି। ମାତ୍ର ଅନୁସଙ୍ଗିକ ବ୍ୟବସ୍ଥା ନକରି ତରବରିଆ ଭାବେ ବ୍ରିଜ ଖୋଲି ଦେବାରୁ ରାତିରେ କେତେକ ଅସୁବିଧା ରହିଛି। ଦୂତୀୟ ବ୍ରାହ୍ମଣୀ ସେତୁ ଉପରେ ଏବଂ ରାସ୍ତା ପାର୍ଶ୍ଵରେ ଶୀଘ୍ର ଅଲୋକୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଏହା ସହ ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।