ଶ୍ରାବଣ ମାସର ପ୍ରଥମ ସୋମବାର ରେ ବିଭିନ୍ନ ଶୈବ୍ୟପୀଠ ରେ ଶ୍ରଦ୍ଧାଳୁଙ୍କ ଭିଡ଼।। ବେଦବ୍ୟାସ ଏବଂ ଘୋଘର ରେ ଶ୍ରଦ୍ଧାଳୁ ମାନେ କଲେ ଜଳାଭିଷେକ।
ଶ୍ରାବଣ ମାସର ପ୍ରଥମ ସୋମବାର ରେ ଶିବ ଦର୍ଶନ ଲାଗି ବିଭିନ୍ନ ଶୈବ୍ୟ ପୀଠ ରେ ଶ୍ରଦ୍ଧାଳୁ ଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ରାଉରକେଲାର ବିଭିନ୍ନ ଦେବାଳୟ ରେ ଶ୍ରଦ୍ଧାଳୁ ମନେ ସକାଳୁ ସକାଳୁ ଲମ୍ବା ଧାଡିରେ ଛିଡା ହୋଇ ଦେବାଦେବ ମହାଦେବ ଙ୍କ ଉପରେ ଜଳାଭିଷେକ କରିଛନ୍ତି। ହନୁମାନ ବାଟିକା , ତରକେରା ଶିବ ମନ୍ଦିର ଆଦି ସ୍ଥାନରେ ଶ୍ରଦ୍ଧାଳୁ ମାନେ ସୋମବାର ଦିନ ଶିବ ଦର୍ଶନ କରିଥିଲେ। ରାଜଗାଙ୍ଗପୁରର ଘୋଘର ଶୈବ୍ୟ ପୀଠରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲା ବେଦବ୍ୟାସ ଠାରେ ସୋମବାର ଭୋରୁ ଶ୍ରଦ୍ଧାଳୁ ମନେ ଲମ୍ବା ଧାଡି ଦେଇ ଶିବ ଦର୍ଶନ କରିଥିଲେ। ବ୍ରାହ୍ମଣୀ ନଦୀରୁ ଜଳ ଆଣି ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଶେଖର ମନ୍ଦିର ଏବଂ ଶିବ ମନ୍ଦିର ରେ ଜଳ ଚଢାଇଥିଲେ। କୋଭିଡ କଟକଣା ହଟି ଯାଇଥିବାରୁ ଦୁଇ ବର୍ଷ ପରେ ଶ୍ରାବଣ ମାସରେ ଶିବ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ବେଶ ଖୁଶି ହୋଇଥିଲେ ।
ସୁରକ୍ଷା ଦୃଷ୍ଟିରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବ୍ରାହ୍ମଣୀ ନଦୀକୂଳରେ ବାରିକେଡିଂ କରାଯିବ ସହ ଫାୟାର ବ୍ରିଗେଡ଼ ଟିମ ଏବଂ ଓଡ୍ରାଫ ଟିମ ମୁତୟନ କରାଯାଇଥିଲା।