ପିତାମହଲ ଡ୍ୟାମ ରେ ପାଣିରେ ବୁଡି ଆର ଏସ ପି ଯୁବ ଇଞ୍ଜିନିଅରଙ୍କ ମୃତ୍ୟୁ।। ଯୁବ ମ୍ୟାନେଜର ବିଶ୍ୱଜିତ ଜେନା।

0 1,168

ଏକ ଦୁଃଖଦ ଘଟଣାରେ ରାଉରକେଲା ପିତାମହଲ ଡ୍ୟାମ ରେ ବୁଡି ଜଣେ ଯୁବ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ରାଉରକେଲା ଇସ୍ପାତ କାରଖାନା ରେ ମ୍ୟାନେଜର ଭାବେ କାମ କରୁଥିବା ୩୨ ବର୍ଷୀୟ ବିଶ୍ୱଜିତ ଜେନା ତାଙ୍କର ଦୁଇ ସାଙ୍ଗଙ୍କ ସହ ପିତାମହଲ ଡ୍ୟାମ ବୁଲି ଯାଇଥିଲେ। କୌଣସି କାରଣରୁ ବିଶ୍ୱଜିତଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କର ଦୁଇ ବନ୍ଧୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଫାୟାର ବ୍ରିଗେଡ଼ ଟିମ ଖୋଜାଖୋଜି କରି ତାଙ୍କ ମୃତ ଦେହ ପାଇଥିଲେ। ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି।
ବିଶ୍ୱଜିତ ତାଙ୍କର ବାପା , ମା , ସ୍ତ୍ରୀ ଏବଂ ଛୋଟ ଝିଅ ସହ ୫ ନମ୍ବର ସେକ୍ଟର ରେ ରହୁଥିଲେ । ତାଙ୍କ ବିୟୋଗରେ ପରିବାର ଏବଂ ବନ୍ଧୁ ମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.