ଗାଡି ଚେକିଂ ଚାଲୁଥିବା ବେଳେ ପୋଲିସ ମାଡରେ ଯୁବକ ଲହୁ ଲୁହାଣ ହୋଇଥିବା ଅଭିଯୋଗ ହୋଇଛି ବଣାଇ ଅଞ୍ଚଳରେ। ପ୍ରତିବାଦରେ ଗ୍ରାମବାସୀ ମାନେ ରବିବାର ସନ୍ଧ୍ୟାରେ ବଣେଇ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରଥିଲେ ।
ସୂଚନା ଅନୁଯାୟୀ କେନ୍ଦ୍ରିକେଲା ଠାରେ ବଣେଇ ପୋଲିସ ପକ୍ଷରୁ ଚାଲିଥିଲା ହେଲମେଟ ଚେକିଙ୍ଗ। ଏହି ସମୟରେ ଡରେଇକେଲ ଗ୍ରାମର ଜଣେ ଯୁବକ ସଂଗ୍ରାମ ସାହୁ ବାଇକରେ ଯାଉଥିଲେ। ପୋଲିସ ଚେକିଙ୍ଗ ଦେଖି ବୁଲି ପଳାଉଥିବା ବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଲାଠିରେ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡରେ ଯୁବକ ଗୁରତର ଆହତ ହୋଇଥିଲେ। ପ୍ରତିବାଦରେ ଗ୍ରାମବାସୀ ମାନେ ବଣେଇ ଥାନା ଘେରାଉ କରିଥିଲେ। ଆହତ ଯୁବକଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି।