ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮୭୨।। ସୁନ୍ଦରଗଡ଼ ଜିଲ୍ଲାରେ ୧୪୪ ଆକ୍ରାନ୍ତ ଚିହ୍ନଟ।। ରାଉରକେଲା ରେ ୪୪।

0 585

ରାଜ୍ୟରେ ଦୁଇଦିନ ଧରି ଲଗାତାର ଭାବେ ହଜାରେ ଉପରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି। ରାଜ୍ୟରେ ରବିବାର ଦିନ ୮୭୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୧୧୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୪୪ ରେ ପହଞ୍ଚିଛି। କେବଳ ରାଉରକେଲା ରେ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲାଠିକଟା ରେ ୧୮ ଏବଂ ସୁନ୍ଦରଗଡ ଟାଉନରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କୋଭିଡ କଟକଣା ଲଗାଯାଇ ନାହିଁ। ତେବେ ୧୮ ରୁ ୫୯ ବର୍ଷ ବର୍ଗର ହିତାଧିକାରୀଙ୍କୁ ବୁଷ୍ଟର ପ୍ରିକସନ ଡୋଜ ବିଭିନ୍ନ ଟୀକା କରଣ କେନ୍ଦ୍ରରେ ଦିଆଯାଉଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ କାଉଡ଼ିଆ ମାନଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ସେଥିଲାଗି ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି।

Leave A Reply

Your email address will not be published.