ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବିଜୟ ଲାଗି ବିଜେପିର ପୂଜାର୍ଚ୍ଚନା।। ରାଜଗାଙ୍ଗପୁର ଘୋଗର ଧାମ ରେ ଜଳାଭିଷେକ।

0 271

ଦେଶର ରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତାକାଲି ହେବ ଭୋଟ ଗ୍ରହଣ। ଜୁଲାଇ ୨୧ ରେ ଫଳାଫଳ ପ୍ରକାଶ ପାଇବ। ଏନ ଡି ଏ ତରଫରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ , ମିଳିତ ବିରୋଧୀ ଦଳ ପକ୍ଷରୁ ଯଶବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନରେ ଦ୍ରୌପଦୀଙ୍କ ବିଜୟ ଲାଗି ବିଜେପି ପକ୍ଷରୁ ବିଭିନ୍ନ ଦେବାଳୟରେ ରବିବାର ଦିନ ପୂଜାର୍ଚ୍ଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ଘୋଗର ସ୍ଥିତ ମନ୍ଦିରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ବିଜେପି ର କର୍ମକର୍ତ୍ତା ମାନେ ଶିବଙ୍କ ଉପରେ ଜଳାଭିଷେକ କରିବା ସହ ଦ୍ରୌପଦୀଙ୍କ ବିଜୟ କାମନା କରିଥିଲେ ।

Leave A Reply

Your email address will not be published.