ଆସନ୍ତାକାଲି ଠାରୁ ମୁଢି , ଚୁଡା , ଖଇ ଉପରେ ୫ ପ୍ରତିଶତ ଜି ଏସ୍ ଟି।। ମୁଢି ସହ ଅନ୍ୟ ବହୁ ସାମଗ୍ରୀ ଉପରେ ମଧ୍ୟ ଲାଗୁ ହେବ ଜି ଏସ୍ ଟି।

0 363

ଆସନ୍ତାକାଲି ସୋମବାର ଠାରୁ ମୁଢି ରେ ଲାଗିବ ୫ ପ୍ରତିଶତ ଜି ଏସ ଟି। କେବଳ ମୁଢି ନୁହେଁ ଖଇ , ଚୁଡା , ଉଖୁଡା ଆଦିରେ ମଧ୍ୟ ଲାଗିବ
ଜି ଏସ୍ ଟି। ଏହି ସବୁ ଖାଦ୍ୟ ପଦାର୍ଥ ପ୍ୟାକିଙ୍ଗ କରି ବିକିଲେ ଟିକସ ଦେବାକୁ ପଡିବ। ମୁଢି ହେଲା ଓଡ଼ିଶା ର ଅତି ପ୍ରିୟ ଜଳଖିଆ। ବାରିପଦା ର ମାଂସ ସହ ମୁଢି ବେଶ ଲୋକପ୍ରିୟ। ବହୁଲୋକ ନିୟମିତ ଭାବେ ମୁଢି ଜଳଖିଆ କରି କାମକୁ ବାହାରି ଯାଆନ୍ତି। ଏବେ ମୁଢି ଉପରେ
ଜିଏସ୍ ଟି ଲାଗୁ ଏହାର ବ୍ୟବହାର ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି। ଖଇ ଏକ ଲଘୁପାକ ଖାଦ୍ୟ ହୋଇଥିବାରୁ ଶୀଘ୍ର ହଜମ ହୋଇଥାଏ। ଜ୍ୱର ବେଳେ ଖଇ ଖାଇବାକୁ ଦିଆଯାଇଥାଏ। ଏବେ ଖଇ , ଚୂଡ଼ା ଉପରେ ମଧ୍ୟ ୫ ପ୍ରତିଶତ ଟିକସ ଦେବାକୁ ପଡିବ। ଏହା ଛଡା ଛୋଟ ଛୋଟ ମୁଢି , ଚୁଡା , ଖଇ ବ୍ୟବସାୟୀ ଙ୍କୁ ପଞ୍ଜିକରଣ ଲାଗି ଅଫିସ ମଧ୍ୟ ଦୌଡ଼ିବାକୁ ପଡିବ । ମୁଢି , ଚୁଡା , ଖଇ ବ୍ୟତୀତ ଅନ୍ୟ ବହୁ ସାମଗ୍ରୀ ରେ ମଧ୍ୟ ସୋମବାର ଠାରୁ ଜି ଏସ୍ ଟି ଲାଗୁ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.