କ୍ୟାନ୍ସର ସର୍ଭାଇବର ଙ୍କ ଲାଗି ରାଉରକେଲାରେ ଚୂଳ ଦାନ କାର୍ଯ୍ୟକ୍ରମ ଜୁଲାଇ ୨୪ ରେ।। ଚୂଳଦାନ କରିବାକୁ “ହେୟାର ଫର ହୋପ” ର ନିବେଦନ।

0 418

କ୍ୟାନ୍ସର ରୋଗର ଭୟାବହତା ବାବଦରେ ସମସ୍ତେ ଅଳ୍ପେ ବହୁତ ଅବଗତ। ବହୁ କ୍ୟାନ୍ସର ରୋଗୀ ଏହି ରୋଗ ସହ ଲଢେଇ କରି ଆରୋଗ୍ୟ ମଧ୍ୟ ହେଉଛନ୍ତି। କିନ୍ତି ଅଧିକାଂଶ କ୍ୟାନ୍ସର ସର୍ଭାଇବର ଙ୍କ ଚୁଳ ଉପୁଡିଯିବା ସମାସ୍ୟା ରହିଥାଏ। ଫଳରେ ରୋଗରୁ ଆରୋଗ୍ୟ ଲାଭ କଲେ ମଧ୍ୟ ମୁଣ୍ଡରେ ବାଳ ନଥିବାରୁ ବାହାରକୁ ବାହାରିବାକୁ ସଙ୍କୋଚ ବୋଧ କରିଥାନ୍ତି। କ୍ୟାନ୍ସର ରୋଗରେ କେମୋ ଥେରାପି ଦ୍ୱାରା ଏପ୍ରକାର ସମସ୍ୟା ଉପୁଜି ଥାଏ।
କ୍ୟାନ୍ସର ରୋଗୀଙ୍କ ଏହି ସମସ୍ୟା କୁ ଦୃଷ୍ଟିରେ ରଖି “ହେୟାର ଫର ହୋପ” ସଂସ୍ଥା ପକ୍ଷରୁ ଆସନ୍ତା ଜୁଲାଇ ୨୪ ତାରିଖରେ କ୍ୟାନ୍ସର ରୋଗୀଙ୍କ ଲାଗି ଚୁଳ ଦାନ କରିବାକୁ ଦେଶବ୍ୟାପୀ କ୍ରଯ୍ୟକ୍ରମ କରାଯାଉଛି। ଦେଶରେ ସମୁଦାୟ ୨୫ ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ହେଉଛି। ଓଡ଼ିଶାରେ କେବଳ ରାଉରକେଲା ରେ ଚୁଳ ଦାନ କାର୍ଯ୍ୟକ୍ରମ ଜୁଲାଇ ୨୪ ତାରିଖରେ ରେ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି “ହେୟାର ଫର ହୋପ” ର ରାଉରକେଲା ସଂଯୋଜକ ନିଲମ ସା ନିବେଦନ କରିଛନ୍ତି ।

  • ଚୁଳ ଦାନ କରିବାକୁ ଇଛୁକ ବ୍ୟକ୍ତି ବିଶେଷ 7008368033 ଫୋନ ନମ୍ବରରେ ନିଲମ ସା ଙ୍କୁ ଯୋଗାଯୋଗ କରିପାରିବେ ।
Leave A Reply

Your email address will not be published.