ଆଷାଢ଼ ଯାଇଁ ଶ୍ରାବଣ ଆସିଲାଣି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ଦେଖାନାହିଁ। ବର୍ଷା ପାଇଁ ଚାଲିଛି ପୂଜାର୍ଚ୍ଚନା। ଆବଶ୍ୟକୀୟ ପରିମାଣର ବର୍ଷା ହୋଇନଥିବାରୁ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ଯେତିକି ହେବା କଥା ସେତିକି ହୋଇ ନଥିବା ରୁ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ । ତଳି ପଡି ପାରୁ ନଥିବା ବେଳେ ଏବେ ଅନେକ ଜମି ପଡିଆ ପଡିଛି। ଚାଷୀକୁଳ ଏବେ ଚିନ୍ତା ରେ । ବର୍ଷା ହେବା ପାଇଁ ବଣାଇ ବ୍ରାହ୍ମଣ ସମାଜ ପକ୍ଷରୁ ବାଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ମହାଯଂଜ୍ଞ ର ଆୟୋଜନ କରାଯାଇଥିଲା। ଏହା ସହ ତୀର୍ଥ ଘାଟ ଠାରେ ଥିବା ବ୍ରହ୍ମଣୀ ନଦୀ ମଧ୍ୟରେ ମହାରୁଦ୍ର ଶ୍ରୀବୃଷ୍ଟି ଯଂଜ୍ଞ ନାମ ଉଚ୍ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣାଇ ବ୍ରାହ୍ମଣ ସମାଜ ର ପୂଜାକଙ୍କ ଦ୍ୱାରା ପୂଜାର୍ଚ୍ଚନା , ଯଜ୍ଞ ଆଦି କରାଯାଇଛି