ଆଗାମୀ ଡ଼ିସେମ୍ବର ୨୬ ତାରିଖ ଦିନ ବିଜୁ ଜନତା ଦଳ ର ପଚିଶ ବର୍ଷ ପୂରଣ ହେବାକୁ ଯାଉଛି। ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷ ସାରା ଦଳ ପକ୍ଷ ରୁ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଉଛି। ଏହି ବର୍ଷ ସମଗ୍ର ରାଜ୍ୟରେ ପଚାଶ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ର ଲକ୍ଷ୍ୟ ରଖା ଯାଇଥିଲା।ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ସ୍ଥାନୀୟ ବାଣ୍ଠୁପଡ଼ା ସ୍ଥିତ ସୁମିତ୍ରା ମେରେଜ ପେଲେସ ରେ ବିଜୁ ଯୁବ ଜନତା ଦଳ,ଓଡିଶା ମୋ ପରିବାର ଦ୍ୱାରା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ଏକ ମହା ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା। ଏହି ଶିବିର ରେ ପାଞ୍ଚ ଶହ ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖା ଯାଇ ଥିଲା । ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ରେ ଯୁବକ,ମହିଳା ଓ ପୁରୁଷ ମାନେ ରକ୍ତଦାନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ସାରା ଜିଲ୍ଲାରେ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହା ସହିତ ପ୍ରତ୍ୟେକ ଗ୍ରାମରେ ଅତିକମ ରେ ପଚିଶ ଟି ଲେଖାଁଏ ଚାରା ରୋପଣ କରିବା ଲକ୍ଷ୍ୟ ରଖା ଯାଇଛି ବୋଲି ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓ ମୋ ପରିବାର ସୁନ୍ଦରଗଡ ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ବିଜୁ ଜନତା ଦଳ ର ସୁନ୍ଦରଗଡ ଜିଲ୍ଲା ସଭାପତି ବିନୟ ଟପ୍ପୋ, ରାଜଗାଙ୍ଗପୁର ପୋୖରାଧ୍ୟକ୍ଷା ମାଧୁରୀ ଲୁଗୁନ, ବେଣ୍ଡିକ୍ତ ତିର୍କୀ, ଉପ ନଗରପାଳ ମହମ୍ମଦ ଇରଫାନ ସହିତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଜୁ ଯୁବ ଜନତା ଦଳ ର ରାଜଗାଙ୍ଗପୁର ସଭାପତି ସଞ୍ଜୟ ବିନୋଦ,ମଣ୍ଡଳ ସଭାପତି ରାଜେନ୍ଦ୍ର ବେହରା,ଜୟନ୍ତ ମହାନ୍ତି ପ୍ରମୁଖଙ୍କ ଦ୍ଵାରା ଏହି ଶିବିର ପରିଚାଳନା କରାଯାଇଥିଲା।