ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତାଙ୍କ ଅସମ୍ମାନ ସୂଚକ ମନ୍ତବ୍ୟ ଅଭିଯୋଗ।। ରାଉରକେଲା ରେ ବିଜେପିର ପ୍ରତିବାଦ ବିକ୍ଷୋଭ ।

0 377

ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଅସମ୍ମାନ ଜନକ ମନ୍ତବ୍ୟକୁ ଘୋର ନିନ୍ଦା କରିଛି ବିଜେପି। ଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗ କୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି। ରାଉରକେଲା ରେ ମଧ୍ୟ ବିଜେପି ଏହି ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ବିଜେପି ନେତା ନିହାର ରାୟ ଏବଂ ଧୀରେନ ସେନାପତିଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ରାଉରକେଲା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ। ଦେଶର ସର୍ବୋଚ୍ଚ ପଦ ଲାଗି ବିଜେପି ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଦ୍ରୌପଦୀଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଦଳ ଦେଶ ବାସୀଙ୍କୁ କ୍ଷମା ମାଗିବା ଦାବି କରିଛି ବିଜେପି।

Leave A Reply

Your email address will not be published.