ବିବାହର ୬୦ ବର୍ଷ ପରେ ପତି ପତ୍ନୀଙ୍କ ପୁନର୍ବିବାହ।। ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ।। ରାଉରକେଲା ସହରର ଏହି ଘଟଣା।।

0 382

ବିବାହର ୬୦ ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦମ୍ପତି। ବିବାହ ଉତ୍ସବ ରେ ପାଳନ କଲେ ନିଜ ବିବାହର ଡାଇମଣ୍ଡ ଜୁବିଲୀ। ୬୦ ବର୍ଷ ଧରି ହାତ ଧରି ଚାଲିଥିବା ନିଜ ସାଥି ସହ ପୁଣି ବିବାହ କଲେ ବୃଦ୍ଧ ଦମ୍ପତି। ନିଜ ନାତି ନାତୁଣୀ ଓ ପୁଅ ଙ୍କ ଠାରୁ ବିବାହ ଡାଇମଣ୍ଡ ଜୁବଲୀ ର ଉପହାର ଥିଲା ଏହି ବିବାହ ବାର୍ଷିକୀ। ବର୍ତ୍ତମାନ ସମୟରେ ପତିପତ୍ନୀ ମଧ୍ୟରେ ମନୋମାଳିନ୍ୟ ସାଧାରଣ ଘଟଣାରେ ପରିଣତ ହୋଇଛି। କେବଳ କଳି ଝଗଡା ନୁହେଁ ବରଂ ଟିକେ ଟିକେ ଭୁଲ ବୁଝାମଣା ଯୋଗୁ ବିବାହ ବିଚ୍ଛେଦ ମଧ୍ୟ ହେଉଛି। ଏବେ ଏହି ବୃଦ୍ଧ ଦମ୍ପତିଙ୍କ ବୈବାହିକ ସମ୍ପର୍କ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ବିବାହର ୬୦ ବର୍ଷ ପରେ ବୃଦ୍ଧ ଦମ୍ପତି ପୁଣି ପରସ୍ପରକୁ ପୁର୍ନବିବାହ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଖୁଶି ମଧ୍ୟ ଦେଇଛି । ପତିଙ୍କର ବୟସ ୮୬ ହୋଇଥିଲାବେଳେ ପତ୍ନୀଙ୍କର ୭୬ ବର୍ଷ। ବିବାହରେ ବେଶ ଉତ୍ସାହ ସହ ଆଡମ୍ବର ମଧ୍ୟ ଥିଲା। ପୁଣି ଥରେ ଏଭଳି ନିଆରା ବାହାଘର ହୋଇଥିବାରୁ ପୁରା ପରିବାର ଖୁସି ମାହୋଲ ଦେଖିବାକୁ ମିଳିଥିଲା। ଏହି ବିବାହ ଟି ହୋଇଛି ରାଉରକେଲା ସ୍ମାର୍ଟସିଟିରେ। ସହରରେ ଏହି ବିବାହ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ୮୬ ବର୍ଷୀୟ ଶିବ ସିଂ ଓ ତାଙ୍କର ୭୬ ବର୍ଷୀୟା ପତ୍ନୀ ଆଶା। ଦୁହେଁ ଦୁହିଁଙ୍କୁ ବେଶ୍‌ ଭଲ ପାଆନ୍ତି। ସେମାନେ ୬୦ ବର୍ଷ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ପୁରା ପରିବାର ସଦସ୍ୟଙ୍କ ଗହଣରେ ପରସ୍ପରକୁ ପୁର୍ନବିବାହ କରିଥିଲେ। ବିବାହ ସମାରୋହରେ ସାଧାରଣ ବିବାହ ଉତ୍ସାହ ଠାରୁ କିଛି କମ୍‌ ନଥିଲା। ମେହେନ୍ଦି ସମାରୋହଠାରୁ ଆରମ୍ଭ କରି ଫୁଲମାଲା ବଦଳ ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଅନୁଯାୟୀ। ଵିଵାହ ସମ୍ପନ୍ନ ହୋଇଥିଲା। ଦୁହିଁଙ୍କ ପ୍ରେମକୁ ଦେଖି ପରିବାର ଏବଂ ଆଖପାଖ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ କିଛି ଦିନ ଧରି ଶିବ ସିଂ ଏବଂ ଆଶା ସିଂ ଶାରୀରିକ ଭାବେ ଟିକେ ଅସୁସ୍ଥ ଅଛନ୍ତି କିନ୍ତୁ ୬୦ ବର୍ଷ ପରେ ମଧ୍ୟ ଉଭୟ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.