ଜେଇଇ ମେନ ପରୀକ୍ଷାରେ ରାଉରକେଲା ସେଣ୍ଟ ପଲସ ସ୍କୁଲ ର ଓଁକାର ପଟ୍ଟନାୟକ ୯୯.୮୫ ମାର୍କ ରଖି ରାଉରକେଲା ଟପ୍ପର।

0 672

ରାଉରକେଲା, ଗତ ଜୁନ ମାସ ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡର କୁରେଇ ଇଂଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇଛି । ଏଥିରେ ରାଉରକେଲା ସେଣ୍ଟ ପଲସ ସ୍କୁଲର ଛାତ୍ର ପ୍ରଥମ ଓଂକାର ପଟ୍ଟନାୟକ ସର୍ବାଧିକ ୯୯.୮୫ ପର୍ସେଣ୍ଟାଇଲ୍ ମାର୍କ ହାସଲ କରି ସମଗ୍ର ସହରରେ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ସେଣ୍ଟ ପଲସ ସ୍କୁଲର ଛାତ୍ର ସଦାନ୍ ହ୍ଯୁସେନ୍ ୯୯.୬୫ ପର୍ସେଣ୍ଟାଇଲ୍ ସହରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ର କାଳିଚରଣ ଚିନ୍ମୟ ସାହୁ ୯୯.୫୦ ପର୍ସେଣ୍ଟାଇଲ୍ ହାସଲ କରି ସହରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଦିଲ୍ଲି ପବ୍ଲିକ ସ୍କୁଲର ଛାତ୍ର ଆଦିତ୍ ଜେନା ୯୯.୪୫ ପର୍ସେଣ୍ଟାଇଲ୍ ରଖି ୪ର୍ଥ ସ୍ଥାନରେ ରହିଥିବା ଜଣାପଡ଼ିଛି ।

ସେହିପରି ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ଆଶୁତୋଷ ଦାସ ୯୯.୩୯ ପର୍ସେଣ୍ଟାଇଲ୍ ରଖିଥିବା ବେଳେ ଡିଏଭି ପବ୍ଲିକ ସ୍କୁଲର ଛାତ୍ର ଦିବ୍ଯରଂଜନ ସାମଲ ୯୯.୦ ପର୍ସେଣ୍ଟାଇଲ୍ ଏବଂ ଆଶିଷ ସାମନ୍ତ ୯୮.୦୮ ପର୍ସେଣ୍ଟାଇଲ୍, ଦିଲ୍ଲି ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ଯନ୍ ପଟେଲ ୯୮.୮୬ ପର୍ସେଣ୍ଟାଇଲ୍, ସୌମ୍ୟରଞ୍ଜନ ସାହୁ ୯୮.୦୨, ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଜେ. ଲଳିତେନ୍ଦୁ ମିଶ୍ର ୯୮.୦୨ ପର୍ସେଣ୍ଟାଇଲ୍, ଡିଏଭି ପବ୍ଲିକ ସ୍କୁଲର ଛାତ୍ର ସତ୍ୟପ୍ରକାଶ ଜେନା ୯୮.୦ ପର୍ସେଣ୍ଟାଇଲ୍, ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ଅନୁଭବ ସାହୁ ୯୭.୯୯, ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ଅଙ୍କିତ କୁମାର ପଟେଲ ୯୭.୮୯ ପର୍ସେଣ୍ଟାଇଲ୍, ଆର୍ଯ୍ଯନ୍ ପଢ଼ିଆରୀ ୯୭.୩୦ ପର୍ସେଣ୍ଟାଇଲ୍, ଡିଏଭି ପବ୍ଲିକ ସ୍କୁଲର ଛାତ୍ର ମନିଷ ଚୌଧୁରୀ ୯୬.୪୩, ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ ୯୬.୪୧ ପର୍ସେଣ୍ଟାଇଲ୍, ପ୍ରାପ୍ତି ମିଶ୍ର ୯୬.୩୯, ସ୍ଵସ୍ତିକ ବିଶ୍ବାଳ ୯୬.୨୨ ପର୍ସେଣ୍ଟାଇଲ୍ ହାସଲ କରିଥିବା ବେଳେ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ଜ୍ଯୋତିରଂଜନ ନାୟକ ୯୬.୦୭, ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ନିଶାନ୍ତ ବାନାର୍ଜୀ ୯୬.୦୧, ସ୍ବପ୍ନିଳ ଖାଡ଼ଙ୍ଗା ୯୫.୭୦, ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ମାନସ ନାୟକ ୯୫.୭୭, ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ପ୍ରିୟାଂଶୁ ମହାନ୍ତି ୯୫.୩, ରୁଦ୍ରପ୍ରସନ୍ନ ପଣ୍ଡା ୯୫.୪୮ ପର୍ସେଣ୍ଟାଇଲ୍ ହାସଲ କରି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି ।

ଫଟୋ

Leave A Reply

Your email address will not be published.