ପାୱାର ହାଉସ ରୋଡ଼ରେ ଜଣେ କର୍ମଜୀବୀ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ରେ ପୋଲିସ ତାର ତଦନ୍ତ ତ୍ୱରାନ୍ୱିତ କରିଛି। ସାଇଣ୍ଟିଫିକ ଟିମ ଆଜି ତାର ତଦନ୍ତ ଆରମ୍ଭ କରିଛି। ଖୁଶି ନାମକ ଏହି ଯୁବତୀଙ୍କ ଝୁଲନ୍ତା ଶବ ଏକ କପଡା ଗୋଦାମରୁ ସୋମବାର ରାତିରେ ଠାବ ହୋଇଥିଲା। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ଆତ୍ମହତ୍ୟା ମାମଲା ଜଣା ପଡୁଥିଲା। ମାତ୍ର ମୃତ ଯୁବତୀଙ୍କ ମା ତାଙ୍କ ଝିଅ ଖୁଶି କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଆଜି ପୋଲିସ ସାଇଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଖୁଶି ଙ୍କ ସହକର୍ମୀଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି। ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ , ଉଦିତନଗର ଥାନା ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ର ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛନ୍ତି। ଏହି ତଦନ୍ତ ବେଳେ ମୃତ ଯୁବତୀ ଖୁଶିଙ୍କ ଭଉଣୀ ଏବଂ ମା ମଧ୍ୟ ଉପସ୍ଥିତ ଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ଜଣା ପଡ଼ିବ ବୋଲି କୁହାଯାଉଛି।