ବର୍ଷା ଦିନ ଆସିଲେ ଓରାଘାଟ ଗ୍ରାମ ବାସୀ ଙ୍କ ଦୁଃଖ ବଢିଯାଏ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ର ଏହି ଗ୍ରାମର ଗପିସାହି ନିକଟରେ ଥିବା ଏକ ନାଳ ପାଣିରେ ଭରିଯାଏ। ଜୀବନକୁ ସଙ୍କଟ ରେ ପକାଇ ଏହି ନାଳ ପାର ହେବାକୁ ପଡିଥାଏ ।
ଅଙ୍ଗନୱାଡ଼ି ଦିଦି ମାନେ କାଖରେ କାଖେଇ କରି ପିଲା ମାନଙ୍କୁ ବିପଦ ସଙ୍କୁଳ ଅବସ୍ଥା ରେ ନାଳ ପାରି କରୁଥିବା ଦେଖି ବାକୁ ମିଳୁଛି। ପ୍ରତିବର୍ଷ ବର୍ଷା ଋତୁ ଆରମ୍ଭ ହେଲେ ଏହିପରି ଦୃଶ୍ୟ ଦେଖିବାକୁ ମିଳେ। ଏହି ଅଞ୍ଚଳରୁ ବହୁ ଅଧିକ ରାଜସ୍ୱ ଯାଉଥିବା ବେଳେ ନାଳ ଉପରେ ଏକ ଛୋଟ ବ୍ରିଜ କରିବାକୁ ସାଧାରଣରେ ଦାବି ହେଉଛି।