ସ୍କୁଲରେ ପଢୁଛନ୍ତି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରତ୍ୟେକ ଦିନ ଉପସ୍ଥାନ ସଂଖ୍ୟା ୮୫ ପ୍ରତିଶତ ରୁ ଅଧିକ। କିନ୍ତୁ ଏଠାରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ମାତ୍ର ୨ ଜଣ। କେବଳ ଦୁଇ ଜଣରେ ଚାଲିଛି ଶିକ୍ଷାଦାନ। ଭିତ୍ତିଭୂମି ଅଛି, ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟୀତ୍ରୀଙ୍କ ଅଭାବ । ଅଭିଭାବକ ଙ୍କ ପକ୍ଷରୁ ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ରେ କୌଣସି ପଦକ୍ଷେପ ନିଆଯାଇନହିଁ। ଫଳରେ ଉପାୟଶୂନ୍ୟ ହୋଇ ମଙ୍ଗଳବାର ଦିନ ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସହ ସ୍କୁଲ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ। ଏହି ସ୍କୁଲ ହେଲା ରାଉରକେଲା ମହାନଗର ନିଗମ ଅଞ୍ଚଳ ର ବାଲୁ ଘାଟ ଏରିଆର ବ୍ରାହ୍ମଣୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଦାବି ପୂରଣ ନହେଲେ ଧାରଣା ଜାରି ରହିବ ବୋଲି ଅଭିଭାବକ ମାନେ କହିଛନ୍ତି।