ରାଉରକେଲା ପାୱାର ହାଉସ ରୋଡ଼ରେ ଥିବା ଏକ କପଡା ଦୋକାନର ଗୋଦାମରେ ଜଣେ ଯୁବତୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଥାନାରେ ମାମଲା ଦାୟର ହୋଇଛି। ପରିବାର ଲୋକେ ଝିଅର ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ ପାୱାର ହାଉସ ରୋଡ ନିକଟରେ ଥିବା ଏକ କପଡା ଗୋଦାମରେ ସୋମବାର ରାତିରେ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀ ଙ୍କୁ କର୍ମଚାରୀ ମାନେ ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସପିଟାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ମୃତ୍ୟୁ ଅନ୍ୟ କିଛି କାରଣ ଅଛି ତାହା ତଦନ୍ତ ପରେ ଜଣା ପଡିବ। ଉଦିତନଗର ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ତେବେ ମୃତ ଯୁବତୀଙ୍କ ପରିବାର ବର୍ଗ ଏହି ଘଟଣାରେ ସନ୍ଦେହ ପ୍ରକାଶ କରି ଯାଞ୍ଚ ଦାବୀ କରିଛନ୍ତି।