ରାଉରକେଲା ରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ।। ସହରର ମୁଖ୍ୟ ମାର୍ଗ ପାନପୋଷ ରୋଡ଼ରେ ଲୁଟ କଲେ ସାଢ଼େ ୩ ଲକ୍ଷ ଟଙ୍କା।

0 664

ରାଉରକେଲା ସହରର ସିଭିଲ୍ ଟାଉନସିପ୍‌ ନିକଟ ମୁଖ୍ୟ ମାର୍ଗରୁ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ମଙ୍ଗଳବାର ଅପରାହ୍ନ ରେ ଏହି ଘଟଣା ଘଟିଛି। ଗାନ୍ଧୀ ରୋଡର ବାସିନ୍ଦା ଅମୀର ଗୁପ୍ତା ମେ ଫେୟାର ହୋଟେଲ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ତିନି ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଅମୀର ବ୍ୟାଗରେ ଟଙ୍କା ଭର୍ତ୍ତି କରି ନିଜ ସ୍କୁଟିର ହ୍ୟାଣ୍ଡେଲରେ ଟାଙ୍ଗି ଷ୍ଟାର୍ଟ କରିବା ସମୟରେ ଦୁଇଜଣ ଲୁଟେରା ବ୍ୟାଗ ଝାମ୍ପି ନେଇଯାଇଥିଲେ। ଏକ ପଲସର ବାଇକରେ ଟଙ୍କା ବ୍ୟାଗ ନେଇ ଆଖି ପିଛୁଳାକେ ସେଠାରୁ ପଳାଇଥିଲେ। ଅମୀର ତୁରନ୍ତ ରଘୁନାଥ ପାଲି ପୋଲିସକୁ ଲୁଟ ବାବଦରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ ଏବଂ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରୁଛି।

Leave A Reply

Your email address will not be published.