ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ମାନବିକତା।। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ।

0 327

ବିକାଶ କେବଳ ସହର ମଧ୍ୟରେ ସୀମିତ ରହୁଛି। ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ଖଟରେ ବୁହାହୋଇ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଗଲା। ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନିଆ ଯାଇଛି । ଏପରି ଏକ ଘଟଣା ସୋମବାର ଦିନ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଜାମଝରିଆ ଗାଁ ରେ ଘଟିଛି । ଏହି ଗାଁର ଗର୍ଭବତୀ ମହିଳା ସୀମା ଦଣ୍ଡସେନା ଙ୍କୁ ଗର୍ଭ ଯନ୍ତ୍ରଣା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଯାଇଥିଲା । ତେବେ ତାଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଧା ବାଟରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଉକ୍ତ ମହିଳାଙ୍କ ଘରକୁ ଯାଇ ଅନ୍ୟ ପରିବାର ବର୍ଗଙ୍କ ସହଯୋଗ ରେ ଏକ ଖଟରେ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ବୋହି ଆଣିଥିଲେ । ସେଠାରୁ ତାଙ୍କୁ ବିଲେଇମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି। ଏହି ଘଟଣାରେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ମାନବିକତା ଦେଖିବାକୁ ମିଳିଥିବା ବେଳେ ବିକାଶର ନଗ୍ନ ଚିତ୍ର ମଧ୍ୟ ସାମ୍ନା କୁ ଆସିଛି ।

Leave A Reply

Your email address will not be published.