ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି।। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ।

0 332

ରାଜ୍ୟ ରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି। ଏହା ସହିତ ପ୍ରତିଦିନ ଅଧିକ ରୁ ଅଧିକ ଜିଲ୍ଲା କୋଭିଡ ଦ୍ୱାରା ପ୍ରଭାବିତ ହେଉଛି। ରବିବାର ଦିନ ରାଜ୍ୟରେ ୫୭୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ସଂକ୍ରମଣ ବଢି ଚାଲିଛି। ଶନିବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୪୨ ରେ ପହଁଚିଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସରକାରୀ ହସପିଟାଲ ଏବଂ ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଫ୍ଲୁ କ୍ଲିନିକ ଖୋଲାଯାଇଛି । କୋଭିଡ ସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସରୋଜ କୁମାର ମିଶ୍ର କହିଛନ୍ତି।

Leave A Reply

Your email address will not be published.