ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା।। ଶୁକ୍ରବାର ୪୭୦ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଖୋର୍ଦ୍ଧା ପ୍ରଥମ, କଟକ ଦୂତୀୟ , ରାଉରକେଲା ତୃତୀୟ ସ୍ଥାନରେ ରହିଛି।

0 338

ଓଡ଼ିଶାରେ ଦ୍ରୁତଗତିରେ ବଢି ଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ଦିନ ରାଜ୍ୟରେ ୪୭୦ ଜଣ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ଅଛି। ଦୂତୀୟ ସ୍ଥାନରେ କଟକ ଥିବା ବେଳେ ତୃତୀୟ ସ୍ଥାନରେ ରାଉରକେଲା ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ ଥିବା ବେଳେ କଟକରେ ୯୪ ରହିଛି। ସେହିପରି ରାଉରକେଲା ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ରହିଛି। କଟକ , ଭୁବବନେଶ୍ୱର ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ରାଉରକେଲା ରେ ଏପର୍ଯ୍ୟନ୍ତ ମାସ୍କ ବାଧ୍ୟତାମୂଳକ କରାଯାଇନାହିଁ। ସୁନ୍ଦରଗଡ ଜିଲ୍ଲାରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ନହେଲେ ସ୍ଥିତି ଆଗକୁ ଭୟଙ୍କର ହେବାର ଆଶଙ୍କା ରହିଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ କୋଭିଡ ସଂକ୍ରାନ୍ତୀୟ ଏକ ବୈଠକ କରିଥିଲେ। ଅଙ୍ଗନବାଡି , ସ୍ୱାସ୍ଥ୍ୟକର୍ମୀ , ଡାକ୍ତର ସମସ୍ତେ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ବେଳେ ଆମ୍ବୁଲାନ୍ସ ଏବଂ ଡାକ୍ତରଖାନାରେ ବେଡ଼ ରେଡି ରଖିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ରାଉରକେଲା ମହାନଗର ନିଗମ ମଧ୍ୟ ଲୋକମାନଙ୍କୁ ସତର୍କ କରାଇ ଦେଇଛି। ଭିଡ଼ ସ୍ଥାନକୁ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଆର ଏମ୍ ସି ପକ୍ଷରୁ ଦିଆଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏହାଛଡା ଥଣ୍ଡା , କାଶ , ଜ୍ୱର ଆଦି ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବାହୁଡା ଯାତ୍ରା ସହ ବିଭିନ୍ନ ପର୍ବ ପର୍ବାଣୀ ଥିବାରୁ ଲୋକ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.