କୁତ୍ରା ରେ ସବୁଜ ବାହିନୀର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

0 204

କୁତ୍ରା ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସବୁଜ ବାହିନୀ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, କୁତ୍ରା ବିଡିଓ ରବିନ୍ଦ୍ର କୁମାର ସେଠୀ, ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡ଼ା, ବିଇଓ ଗୁରଚରଣ ସାହୁ,ଆଲୁମିନି ସଭାପତି ଶଙ୍କରପ୍ରଶାଦ ଟପ୍ପୋ,ବଡଗାଁ ରେଞ୍ଜ ଅଧିକାରୀ ଦିଲୀପ କୁମାର ଦିଗଲ,ପୂର୍ବତନ ପ୍ରଧାନ ଶିକ୍ଷକ ଲାଲମୋହନ ନାଏକ, ବ୍ଲକ ମଙ୍ଗଳ ଅଧିକାରୀ ମଦନ ସିଂ,ଆଲୁମିନି ଉପଦେଷ୍ଟା ପ୍ରଭୁଦୟାଲ ଅଗ୍ରୱାଲ, ଆଲୁମିନି ଶୁରେଶ ଚନ୍ଦ୍ର ଟପ୍ପୋ ପ୍ରମୁଖ ରହି ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ । ପରେ ପରେ ଅନୁଷ୍ଠାନର ପରିବେଷ ସୁରକ୍ଷା ଦିଗରେ ଇକୋକ୍ଲବ ର ବହୁବିଧ କାର୍ଯ୍ୟକ୍ରମ ବିଷୟରେ ସବୁଜ ବାହିନୀର ରାଜ୍ଯ ପ୍ରଶିକ୍ଷକ ବିଭୀଷଣ ବାରିକ ବିସୃତ ବିବରଣୀ ପଠନ କରିଥିଲେ । ପରେ ଅତିଥିଗଣ ବୃକ୍ଷରୋପଣ ମହାନତା ଉପରେ ଆଲୋଚନା କରି ପ୍ରତେକ ଗଛ ଲଗାଇବା ପାଇଁ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ । ପରିବେଷ ସୁରକ୍ଷା ଦିଗରେ ବୃକ୍ଷର ବିକଳ୍ପ ନାହିଁ ବୋଲି ଏହି ଅବସରରେ ବକ୍ତା ମାନେ ପ୍ରକାଶ କରିଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ ଏହି ଅବସରରେ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ନଳିନୀକାନ୍ତ ଶାସନୀ ଧନ୍ୟବାଦ ଅର୍ପଣ କରିଥିଲେ । ସବୁଜ ବାହିନୀ, ସ୍କାଉଟ ଗାଇଡ, ଜୁନିୟର ରେଡକ୍ରସ ଛାତ୍ର ଛାତ୍ରୀ ପିତାମାତାଙ୍କ ସହ ଅନ୍ଯାନ ଗୋଟିଏ ଗଛ ଲଗାଇବାର ଲକ୍ଷ ରଖାଯାଇଛି । କାର୍ଯ୍ୟକ୍ରମକୁ ରାଜ୍ଯ ସବୁଜ ବାହିନୀ ପ୍ରଶିକ୍ଷକ ପରିଚାଳନାକରି ଥିବା ବେଳେ ଏଥିରେ ଗାଇଡ କ୍ୟାପଟେନ ଦୀପିକା କେର୍କେଟା,ବୈଜନ୍ତି ପଟେଲ,ନୂତନ ହରୋ,ସ୍କାଉଟ ମାଷ୍ଟର ଧୃତିସୁନ୍ଦର ସାହୁ,ଜୁନିୟର ରେଡକ୍ରସ ପରାମର୍ଶ ଦାତ୍ରୀ ସୁନିତା ପଟେଲ,ସଂଗୀତା ଦେଇ, ଅନୁୱର ଅହମ୍ମଦ, ଅବିନାଶ କର,ଦିଲୀପ ବେହେରା,ଜଗନ୍ନାଥ କିଶାନ, ସୁନିଲ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.