ସୁନ୍ଦରଗଡ ଜିଲ୍ଲା କୁତ୍ରା ପୋଲିସ ଦୁଇଜଣ ମୋବାଇଲ ଚୋରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋର ମାନେ ହେଲେ କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ ଧାଙ୍ଗରିଧୁକା

ଗ୍ରାମର ମଧୁ କୁଜୁର(୨୫) ଏବଂ ଵିନୋଦ ଏକ୍କା(୨୧)। ମିଳିଥିବା ସୂଚନା ଅନୁଯାୟୀ ରଥଯାତ୍ରା ଦିନ ଖତକୁରବାହାଲ ଗ୍ରାମରେ ରାଜଗାଙ୍ଗପୁର ର ଜନୈକ କୋରିଓର ବୟ ଆସିଥିବା ବେଳେ ତାଙ୍କ ପାଖରୁ ଜନୈକ ନାବାଳକ ସହ ତିନିଜଣ ମୋବାଇଲ ଚୋରି କରିଥିଲେ। ପରେ ସେ କୁତ୍ରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହାକୁ ଆଧାର କରି କୁତ୍ରା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା।ଚୋରଙ୍କୁ ପଚରା ଉଚରା କରିବା ପରେ ଆଉ କଡ଼ତେକ ଚୋରି ବାବଦରେ ଜଣା ପଡ଼ିଥିଲା ସେମାନେ ଦିର୍ଘ ଗୋଟିଏ ବର୍ଷ ହବ କୁତ୍ରା ଅଞ୍ଚଳରୁ ମୋବାଇଲ ଫୋନ ଚୋରି କରିଆସୁଥିଲେ । ସେମାନଙ୍କ ଠାରୁ ପୁଲିସ ୬ ଟି ମୋବାଇଲ ଫୋନ ଜବତ କରିଛି । ରାଞ୍ଚିରୋଡ଼ ସ୍ଥିତ ସୋନିଆ ଢ଼ାବା, କୁତ୍ରା ହଲର ମେସିନ ମାଲିକ ଏବଂ ତାଙ୍କ ପୋଡ଼ଶୀଙ୍କ ପାଖରୁ ମୋବାଇଲ ଚୋରି କରିଥିବା ସେମାନେ ସ୍ବିକାର କରିଛନ୍ତି । ପରେ ପୁଲିସ ପକ୍ଷରୁ କାଗଜପତ୍ର ଯାଞ୍ଚ କରାଯାଇ ମୋବାଇଲ ଗୁଡିକୁ ଏହାର ମାଲିକ ମନଙ୍କୁ ହସ୍ତାନ୍ତର କରାଯାଇଥିଲା। ସୋମବାର ଦିନ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।