ବ୍ୟାଙ୍କ ଭିତରେ ଟଙ୍କା ଜମା କରିବାକୁ ଧାଡିରେ ଛିଡା ହୋଇଥିବା ବେଳେ ଗ୍ରାହକଙ୍କ ଠାରୁ ଏକ ଲକ୍ଷ ଚୋରି।। ସମସ୍ତ ଘଟଣା ସିସିଟିଭି ରେ ରେକର୍ଡ।

0 678

ଟଙ୍କା ଜମା କରିବାକୁ ବ୍ୟାଙ୍କ ଭିତରେ ଧାଡିରେ ଛିଡା ହୋଇଥିବା ବେଳେ ଲକ୍ଷେ ଟଙ୍କା ହରାଇଲେ ଗ୍ରାହକ। ତା ପୁଣି ଦିନ ଦିପ୍ରହରେ ବ୍ୟାଙ୍କ ଭିତରେ। ସୂଚନା ଅନୁଯାୟୀ ରାଉରକେଲା ଆନନ୍ଦ ଭବନ ଲେନ ରେ ଏକ କମ୍ପ୍ୟୁଟର ଦୋକାନ ରେ କାମ କରନ୍ତି ମହମ୍ମଦ ଆକୀବ। ଘରେ ଟଙ୍କା ଦରକାର ଥିବାର ଆକିବ ତାଙ୍କ ମାଲିକ ମହମ୍ମଦ ନୌଷଦ ଙ୍କ ପାଖରୁ ଦୁଇ ଲକ୍ଷ ଟଙ୍କା ନେଇ ତାଙ୍କ ବାପାଙ୍କ ଆକାଉଣ୍ଟ ରେ ଜମା କରିବାକୁ ସୋମବାର ପୂର୍ବାହ୍ନ ରେ ବ୍ୟାଙ୍କ ଯାଇଥିଲେ । ବିଶ୍ରା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖାରେ ଟଙ୍କା ଜମା କରିବାକୁ ଧାଡିରେ ଛିଡା ହୋଇଥିଲା । ଏକ ସ୍କୁଲ ବ୍ୟାଗ ସଦୃଶ ବ୍ୟାଗରେ ଦୁଇ ଲକ୍ଷ ଟଙ୍କା ରଖିଥିଲେ। ଧାଡିରେ ଛିଡା ହୋଇଥିବା ବେଳେ ତାଙ୍କ ପଛରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଆକୀବଙ୍କ ବ୍ୟାଗ ର ଚେନ ଖୋଲି ଟଙ୍କା ନେଇ ଆରାମରେ ପଳାଇ ଯାଇଥିଲେ। ଏତେ ସଫାଇ ରେ ସେ କାମ କରିଥିଲେ ଯେ ଆକୀବ ଏ ବାବଦରେ କିଛି ଜଣାପଡି ନଥିଲା। ଚୋରି ସମୟରେ ସମସ୍ତ ଘଟଣା ସିସି ଟିଭି ରେ ରେକର୍ଡ ହୋଇଛି। ମହମ୍ମଦ ଅକୀବ ଙ୍କ ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ ଏତେଲା ଦେବା ପରେ ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି । ବସ ଷ୍ଟାଣ୍ଡ , ଷ୍ଟେସନ ଆଦି ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ ନଜର ରଖ ଯାଇଛି।

Leave A Reply

Your email address will not be published.