ପ୍ରତ୍ୟେକ ଛାତ୍ର ଛାତ୍ରୀ ଲଗାଇବେ ଗୋଟିଏ ଗଛ। ଏହି ବାର୍ତ୍ତା ଆଜି ବଣାଇ ବନଖଣ୍ଡରେ ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ଦିଆଯାଇଛି। ବଣାଇ ରେଞ୍ଜ ର ତଳିତା ଠାରେ ବନ ବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ରେଞ୍ଜର ମନୋଜ ପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ର ଦେଓ ଦେଵ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇ ଡ଼ିଏଫଓ ଏନ ସନତ କୁମାର ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ। ଜଣେ ଛାତ୍ର , ଗୋଟିଏ ଗଛ କୁ ଏକ ମିଶନ ଭାବେ ଗ୍ରହଣ କରାଯାଇଛି। ଏହି ବନ ମହୋତ୍ସବ ରେ ସ୍ଥାନୀୟ ସରପଞ୍ଚ , ସାମ୍ବାଦିକ ଏବଂ ଭି ଏସ ଏସ ଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜିର ସମାଜରେ ବୃକ୍ଷର ଭୂମିକା ସମ୍ପର୍କରେ ଉପଜିଲ୍ଲାପାଳ, ଡିଫଓ ଆଲୋକପାତ କରିଥିଲେ । ବଣାଇ ଫରେଷ୍ଟର ସଦାଶିବ ପାତ୍ର , ଫରେଷ୍ଟ ଗାର୍ଡ ଙ୍କ ସମତେ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।
ଚଳିତ ଋତୁ ରେ ୪୮ ଲକ୍ଷ ଗଛ ଲଗାଯିବାର ଲକ୍ଷ ରଖାଯାଇଛି ବୋଲି ଡି ଏଫ ଓ ଏନ୍ . ସନତ କୁମାର କହିଛନ୍ତି।