ରାଜଗାଙ୍ଗପୁର ର ପ୍ରୟାସ ଇଣ୍ଡିଆ ଚ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଫୁଟବଲ ପଡିଆ ଠାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଚାଲିଥିଲା।୧୦ ଓଭର ବିଶିଷ୍ଟ ନକ ଆଉଟ ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୦ଟି ରାଜ୍ୟ ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ। ଆଜିର ଶେଷ ଦିନରେ ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବର୍ଷା କାରଣରୁ ୩ ଟି ମ୍ୟାଚ ୫ ଓଭର ଲେଖାଏଁ ହୋଇଥିଲା। ପ୍ରଥମ ସେମିଫାଇନାଲ କେରଳ ଓ ଉତ୍ତର ପ୍ରଦେଶ ମଧ୍ୟରେ ହୋଇଥିଲା। ଏଥିରେ ଉତ୍ତର ପ୍ରଦେଶ ୪ ରନ ରେ ବିଜୟୀ ହୋଇ ଫାଇନାଲରେ ପ୍ରଥମ ଟିମ ଭାବେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲରର ଓଡିଶା ଓ ଛତିଶଗଡ଼ ମଧ୍ୟରେ ହୋଇଥିଲା। ଏଥିରେ ଛତିଶଗଡ଼ ୧୦ ୱିକେଟ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚ ଉତ୍ତର ପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ହୋଇଥିଲା ଏଥିରେ ୟୁପି ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ୫ ଓଭର ବିଶିଷ୍ଟ ମ୍ୟାଚରେ ଛତିଶଗଡ଼ ୫ ୱିକେଟ ହରାଇ ୩୬ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ବ୍ୟାଟିଂ କରି ୟୁପି ୩ ଓଭରର ଶେଷ ବଲ ରେ ୪ ମାରି ୯ ୱିକେଟ ରେ ମ୍ୟାଚଟିକୁ ଜିତିଯାଇଥିଲା।ଆଜିର ଉଦଯାପନି ଦିବସରେ ରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଉପସ୍ଥିତ ରହି ବିଜେତା ଦଳ ୟୁପି ଓ ରନର ଅଫ ଦଳର ଛତିଶଗଡ଼କୁ ଟ୍ରଫି ପ୍ରଦାନ କରିଥିଲେ। ଶେଷ ପର୍ଯ୍ୟାୟରେ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଖେଳ ଶେଷରେ ରେ ମ୍ୟାନ ଅଫ ଦ ମ୍ୟାଚ ରୂପେ ୟୁପି ଦଳର କାଶିମ , ବେଷ୍ଟ ଫିଲଡ଼ର ଭାବେ କେରଳ ଦଳର କରିମ ,ବେଷ୍ଟ ବୋଲର ଭାବେ ଉତ୍ତର ପ୍ରଦେଶ ର ବିଟୁ,ମ୍ୟାନ ଅଫ ଦ ସିରିଜ ଉତ୍ତରପ୍ରଦେଶ ଦଳର କାଶିମ ଖାନ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଶଶାଙ୍କ ଶେଖର ବେଉରା ,ଥାନା ଅଧିକାରୀ ବିଭତ୍ସ ପ୍ରଧାନ ,ସୋଏବ ଆଲାମ ,ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।