ମେଜର ଧ୍ୟାନଚାନ୍ଦ ଙ୍କୁ ଭାରତ ରତ୍ନ ଦେବାକୁ ରାଜଗାଙ୍ଗପୁର ରେ ଦାବି।। ଅଲମ୍ପିଆନ ଅଶୋକ ଧ୍ୟାନଚାନ୍ଦ ଙ୍କୁ ବିପୁଳ ସମ୍ବର୍ଦ୍ଧନା।
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ଅଲମ୍ପିକ ହକି ଖେଳାଳୀ ତଥା କୋଚ୍ ଅର୍ଜୁନ ପୁରସ୍କାର ବିଜେତା ଅଶୋକ ଧ୍ୟାନଚାନ୍ଦ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଅଶୋକ ହକିର ଯାଦୁଗର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ପୁଅ । ରାଜଗାଙ୍ଗପୁର ସହରର ଖେଳ ପ୍ରେମୀ ଏବଂ
ହରିତ ବସୁଧା ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମେଜର ଧ୍ୟାନଚାନ୍ଦଙ୍କ ଉପରେ ଆଲୋଚନା ହୋଇଥିଲା ଏବଂ ହକିକୁ ବିଶ୍ୱ ଦରବାରରେ ପହଞ୍ଚେଇଥିବା ତଥା ଭାରତ ପାଇ ତିନି ଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ଆଣିଥିବା ଏହି ମହାନ ଖେଳାଳିଙ୍କୁ ଭାରତରତ୍ନ ଦେବାପାଇଁ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଶୋକ ଧ୍ୟାନଚାନ୍ଦ ଉପସ୍ଥିତ ରହି ଖେଳାଳି ମାନଙ୍କୁ ହକିର ଗଡ ସୁନ୍ଦରଗଡ ହୋଇ ଥିବାରୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାର କ୍ରୀଡ଼ାବିତ ମାନେ ଭଲ ଖେଳି ସାରା ବିଶ୍ୱରେ ନାଁ କରିବାକୁ ଉତ୍ସାହିତ କରିଥିଲେ।