ରାଉରକେଲା ପୋଲିସ ଜିଲ୍ଲାରେ ଦୁଇଟି ପୃଥକ ଦୁର୍ଘଟଣାରେ ୧୮ ଆହତ।। ବିଶ୍ରା ରେ ପିକଅପ ଭ୍ୟାନ ଓଲଟି ୧୨ ଏବଂ ଜଙ୍ଗଳା ରେ ୬ ଆହତ।

0 630

ରାଉରକେଲା ପୋଲିସ ଜିଲ୍ଲାରେ ରବିବାର ଦିନ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ରବିବାର ଦିନ ସାଢେ ୯ ଟା ବେଳେ ବିଶ୍ରା କୁକୁଡ଼ା ଗେଟ ନିକଟରେ ଏକ ପିକଅପ ଭ୍ୟାନ ଓଲଟି ପଡିବାରୁ ୧୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ତୁରନ୍ତ ବିଶ୍ରା ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ଲାଗି ହସପିଟାଲ ପଠାଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ମହିଳା ମାନେ ଲାଠିକଟା ରୁ ବିଶ୍ରା ଯାଉଥିବା ସୂଚନା ମିଳିଛି। ଦ୍ରୁତ ଗତି ରେ ଗାଡି ଚାଳନା ଏବଂ ଓଭର ଲୋଡିଙ୍ଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏବେ ଆହତଙ୍କ ଚିକିତ୍ସା ରାଉରକେଲା ସରକାରୀ ହସପିଟାଲ ୱେବ ଜେପି ହସପିଟାଲ ରେ ଚାଲିଛି।
ଅନ୍ୟ ଏକ ଘଟଣାରେ ଜିଲ୍ଲାର
ମହୁଲପଦା ଥାନାର ଜଙ୍ଗଳା ନିକଟରେ ଏକ କାର ଓଲଟି ପଡିବାରୁ ୨ ଜଣ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ଏବଂ ରାଉରକେଲାରେ ରହନ୍ତି। ଏକ ପାରିବାରିକ ଉତ୍ସବରେ ଯୋଗଦେଇ ଭୁବନେଶ୍ୱର ରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା କୁହାଯାଉଛି।
ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଅତି ସତର୍କ ହୋଇ ଗାଡି ଚଳାଇବାକୁ ପ୍ରଶାସନ ପରାମର୍ଶ ଦେଇଛି

Leave A Reply

Your email address will not be published.