ରୋଟାରୀ କ୍ଲବ ଅଫ କଟକ ଗ୍ରେଟର ର ଇନଷ୍ଟଲସନ ସେରୀମନି ଅନୁଷ୍ଠିତ ହୋଇଯାଇଛି। କଟକ ସି ଡି ଏ
୧ ରେ ଥିବା ଅଜୟ ବିନୋଦ ଇନଷ୍ଟିଚ୍ୟୁଟ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ବର୍ଷ ୨୦୨୨-୨୩ ଲାଗି ସଭାପତି ଭାବେ ରୋଟାରିଆନ ଡକ୍ଟର ବିଶ୍ୱ ନାରାୟଣ ମହାନ୍ତି ଏବଂ ସମ୍ପାଦକ ଭାବେ ରୋଟାରିଆନ ବିମ୍ବିସାର ଦାଶ ଦାଇତ୍ୱ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଅଶୋକ ବିହାରୀ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରିଆନ ମନୋରଞ୍ଜନ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା। ରୋଟାରୀ କ୍ଲବ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।