ଲୁହାପଥର ଡେଲିଭରି ଚାଲାଣ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।। ୭ ଆହତ , ୯ ଗିରଫ ।

0 493

ଲୁହାପଥର ଡେଲିଭରି ଚାଲାଣ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଜଣଙ୍କୁ ରାଉରକେଲା ଆଇ ଜି ଏଚ ରେ ଚିକିତ୍ସା କରାଯାଉଛି। ପୋଲିସ ଏ ବାବଦରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଣେଇ ର ପୂର୍ବତନ ବିଧାୟକ ଜନାର୍ଦନ ଦେହୁରୀଙ୍କ ନାମରେ ମଧ୍ୟ ଗଣ୍ଡଗୋଳ କରିଥିବା ଅଭିଯୋଗରେ ଲହୁଣୀପଡା ଥାନାରେ ମାମଲା ଦାୟର ହୋଇଛି।

ଘଟଣା ଘଟିଛି ଟେନସା ଅଞ୍ଚଳର ଏକ ଲୁହାପଥର ଖଣିରେ। ଡେଲିଭରି ଚାଲାଣ କୁ କେନ୍ଦ୍ରକରି କୋଇଡା ଏବଂ ଟେନସା ର ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସଂଘର୍ଷ ହୋଇଥିଲା। ଘଟଣା ସ୍ଥଳରେ ବଣେଇର ଜଣେ ପୂର୍ବତନ ବିଧାୟକ ଉପସ୍ଥିତ ରହି ଗଣ୍ଡଗୋଳ ରେ ସାମିଲ ଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.