ରାଜଗାଙ୍ଗପୁର ରେ ଅନ୍ତର୍ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।।

0 311

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଟାଉନ ଠାରେ ତିନି ଦିବସୀୟ ଅନ୍ତର୍ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା,ରାଜଗାଙ୍ଗପୁର
ଡି ସି ବି ଏଲ ମୂଖ୍ୟ ଚେତନ ଶ୍ରୀବସ୍ତାଵ,ରାଜଗାଙ୍ଗପୁର ପୋୖରାଧ୍ୟକ୍ଷା ମାଧୁରୀ ଲୁଗୁନ ପ୍ରମୁଖ ଯୋଗଦେଇଥିଲେ। ତିନି ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଦେଶ ର ବିଭିନ୍ନ ରାଜ୍ୟ ର ଦଶ ଟି ଟିମ ଭାଗ ନେଉଛନ୍ତି। ନକ ଆଉଟ ଧାରାରେ ହେବାକୁ ଥିବା ଏହି ମ୍ୟାଚ ଗୁଡିକ ୧୦ ଓଭର ଲେଖାଏଁ ହେବ ଏବଂ ଧଳା ରଙ୍ଗର ବଲ ରେ ଖେଳା ଯିବ। ରାଜଗାଙ୍ଗପୁର ସହରରେ ପ୍ରଥମ ଥର ପାଇଁ ଏଭଳିଏକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଥିବା ରୁ ଖେଳ ପ୍ରେମୀ ମାନଙ୍କ ମଧ୍ୟ ରେ ଖୁସି ର ଲହର ଖେଳି ଯାଇଛି। ପ୍ରୟାସ ଇଣ୍ଡିଆ ଚ୍ୟାରୀଟି ଫାଉଣ୍ଡସନ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଛି।

Leave A Reply

Your email address will not be published.