ପାନପୋଷ ରେଳ ଷ୍ଟେସନ ନିକଟ ଟନେଲ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ।। ସମାଜସେବୀ ଅମିତାଭ ସାମଲ ଙ୍କ ପ୍ରଧାନମନ୍ତ୍ରୀ , ରେଳମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ।
ରାଉରକେଲା ସହରର ସମାଜସେବୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଚକ୍ରଧରପୁର ରେଳ ମଂଡଲ ମୈନେଜରଙ୍କୁ ପାନପୋଷ ରେଳ ଷ୍ଟେସନ ରାସ୍ତାରେ ସଡ଼କ ଟନେଲ ନିର୍ମାଣ ଟେଣ୍ଡର ଡକା ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଟେଣ୍ଡର କାର୍ଯ୍ୟ ଆରମ୍ଭ ପାଇଁ ନିଆଯାଇଥିବା ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି। ଏ ବାବଦରେ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖିଥିଲେ ବୋଲି ସେ କହିଛନ୍ତି। ଏହାଛଡା ସେଠାରେ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଏବେ ଟନେଲ କାର୍ଯ୍ୟର ପ୍ରଥମ ସୋପାନ ସ୍ୱରୂପ ଟେଣ୍ଡର ଡକା ଯାଇଥିବାରୁ ପାନପୋଷ ଅଞ୍ଚଳରେ ଖୁସି ଖେଳି ଯାଇଛି ବୋଲି ସେ କହିଛନ୍ତି। ୮ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟ ଆକଳନ ରେ ଏହି ଟେଣ୍ଡର ର ଧାର୍ଯ୍ୟ ତାରିଖ ୨୧ ଜୁଲାଇ ୨୦୨୨ ରଖା ଯାଇଛି । ପାନପୋଷ ଟନେଲ ର କାମକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯାଇଥିବାରୁ ଅମିତାଭ ସାମଲ ସମ୍ପୃକ୍ତ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଟନେଲ ନିର୍ମାଣ ହେଲେ ରାଉରକେଲା ଏବଂ ପାନପୋଷ ଅଞ୍ଚଳରେ ରହୁଥିବା ଅଧିକ ରୁ ଅଧିକ ଲୋକ ଏହାର ସୁବିଧା ପାଇବେ।