ଦୂତୀୟ ବ୍ରାହ୍ମଣୀ ସେତୁ ଲୋକାର୍ପିତ।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଖୁସି ଜାହିର କଲେ। ବିଜେପିର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ।।

0 1,382

ପବିତ୍ର ରଥଯାତ୍ରାରେ ଆଜି ପୂରଣ ହୋଇଛି ରାଉରକେଲା ବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି। ଦ୍ବିତୀୟ ବ୍ରାହ୍ମଣୀ ସେତୁର ୬ ଲେନ୍‌ ବିଶିଷ୍ଟ ରାସ୍ତାରୁ ତିନି ଲେନ୍‌ ସାଧାରଣ ଜନତା ଓ ଗାଡି ଚଳାଚଳ ପାଇଁ ଖୋଲା ଯାଇଛି। ପୂର୍ବାହ୍ନ ସାଢ଼େ ୯ଟାରେ ବିଧିବଦ୍ଧ ଭାବେ ଲୋକାର୍ପଣ କରାଯାଇଛି। ସେତୁର ବାଲୁଘାଟ ପ୍ରବେଶ ପଥ ନିକଟରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଅବଶିଷ୍ଟ ତିନି ଲେନ୍‌ ରାସ୍ତା ପରବର୍ତ୍ତୀ ପର୍ଯ୍ୟାୟରେ ଖୋଲି ଦିଆଯିବାର ବୋଲି ଜଣାପଡିଛି। ସେତୁ ଲୋକର୍ପଣକୁ ନେଇ ଶ୍ରେୟ ରାଜନୀତି ଜୋରଧରିଛି। କେନ୍ଦ୍ରରେ ଏନ ଡି ଏ ର ସରକାର ଥିବାରୁ ବିଜେପି ଏହାର ଶ୍ରେୟ ନେବାକୁ ଉଦ୍ୟମ କରିବା ସ୍ୱାଭାବିକ। ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କୁ ଦୂତୀୟ ବ୍ରାହ୍ମଣୀ ସେତୁ ଲାଗି ଶ୍ରେୟ ଦେବାକୁ ଉଦ୍ୟମ କରୁଛି। କିନ୍ତୁ ରାଉରକେଲା ର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ଉଦ୍ୟମ ମଧ୍ୟ ସ୍ବୀକାର୍ଯ୍ୟ। ଏପରିକି ଦୂତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ହେବାରୁ ସେ ୨୦୧୮ ମସିହାରେ ନିଜ ବିଧାୟକ ପଦରୁ ଇସ୍ତଫା ଦେବା ସହ ବିଜେପି ରୁ ମଧ୍ୟ ଇସ୍ତଫା ଦେଇଥିଲେ। ଆଜି ଦୂତୀୟ ବ୍ରାହ୍ମଣୀ ସେତୁ ଲୋକାର୍ପିତ ହୋଇଥିବାରୁ ସେ ବେଶ ଖୁଶି ବୋଲି କହିଥିଲେ।

ନିକଟରେ ଅର୍ଥାତ୍‌ ଗତ ୧୪ ମେ’ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅନ୍ୟ ବିଭାଗୀୟ ସଚିବ ରାଉରକେଲା ଗସ୍ତରେ ଆସିଥିଲେ। ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଦ୍ବିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ଶ୍ରୀ ମହାପାତ୍ର ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜନସାଧାରଣଙ୍କ ସୁବିଧା ପାଇଁ ମେ ଶେଷ ସୁଦ୍ଧା ସେତୁର ଗୋଟିଏ ପାର୍ଶ୍ବକୁ ଖୋଲି ଦିଆଯିବ ବୋଲି କହିଥିଲେ। ଜୁନ୍‌ ମାସ ଶେ‌ଷ ସୁଦ୍ଧା‌ ସେତୁର ୬ ଲେନ୍‌ କାର୍ଯ୍ୟ ଶେଷ ହୋଇଯିବ। ସେତୁ ସମ୍ପୂର୍ଣ୍ଣ ହେବା ପରେ ରାଉରକେଲା ସହରର ଦୈନନ୍ଦିନ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ସମାଧାନ ହୋଇପାରିବ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଅନ୍ୟ ବିଭାଗୀୟ ଅଧିକାରୀ। ବିଡମ୍ବନା, ମୁଖ୍ୟ ଶାସନ ସଚିବଙ୍କ କଥାକୁ ଏନ୍ଏଚ୍‌ଏଆଇ କର୍ତ୍ତୃପକ୍ଷ ରଖି ପାରି ନଥିଲେ। ଏସବୁ ଭିତରେ ଆସନ୍ତାକାଲି (ଶୁକ୍ରବାର) ଦ୍ବିତୀୟ ବ୍ରାହ୍ମଣୀ ସେତୁର ୩ ଲେନ୍‌ ଖୋଲାଯିବା ପରେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ହଟିବ। ଯାତାୟତରେ ସୃଷ୍ଟି ହେଉଥିବା ବାଧା ଦୂର ହେବ। ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ବ୍ରାହ୍ମଣୀ ସେତୁ ସହ ୧୭୨ କି.ମି. ରାସ୍ତା ସମ୍ପ୍ରସାରଣ, ମରାମତିରେ ଖର୍ଚ୍ଚ ମୋଟ ୧୧୨୪ କୋଟି ହେବ। ବୀରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାରପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.